କରୋନା ପ୍ରଭାବ, ବିସିସିଆଇ ସ୍ଥଗିତ ରଖିଲା ବିଜୟ ମାର୍ଚେଣ୍ଟ ଟ୍ରଫି
ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍ର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ବିଜୟ ମାର୍ଚେଣ୍ଟ ୧୬ ବର୍ଷରୁ କମ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି। ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁଆରୀ ୯ ତାରିଖ ଠାରୁ ଖେଳା ଯିବାର ଥିଲା।
ଏହା କ୍ରମାଗତ ଭାବେ ୨ୟ ଥର ପାଇଁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିଦିଆଯାଇଛି। ଗତବର୍ଷ ମହାମାରୀ ବଢ଼ିବା କାରଣରୁ ସ୍ଥଗିତ କରାଯାଇଥିଲା। ଗତବର୍ଷ ବିସିସିଆଇ ସଚିବ ଜୟ ଶାହ ସଂକେତ ଦେଇଥିଲେ ଯେ, ବୋର୍ଡର ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିପାରେ ଏବଂ ପରେ ଡିସେମ୍ବର ୩୦ରେ ଏହା ସ୍ପଷ୍ଟ କରାଯାଇଥିଲା। ଭାରତ ଏହା ପୂର୍ବରୁ କରୋନାର ବିପଦପୂର୍ଣ୍ଣ ଲହର ସହିତ ସଂଘର୍ଷ କରିଛି। ଗତ କିଛି ସପ୍ତାହ ମଧ୍ୟରେ କରୋନା ମାମଲା ଅଚାନକ ବଢ଼ିଛି। ଡିସେମ୍ବର ୨୯ରେ ୧୩ ହଜାର ୧୫୪ ମାମଲା ଚିହ୍ନଟ ହୋଇଛି, ଯାହାକି ଚଳିତ ସପ୍ତାହର ଅଧିକ ସଂକ୍ରମଣ।