‘ସିଓପି୨୬ ଶିଖର ବୈଠକ’ ପାଇଁ ଗ୍ଲାସ୍ଗୋରେ ପ୍ରଧାନମନ୍ତ୍ରୀ, ଗୀତ ଗାଇ ଭବ୍ୟ ସ୍ୱାଗତ କଲେ ଭାରତୀୟ
ଗ୍ଲାସ୍ଗୋ: ‘ସିଓପି୨୬’ ଜଳବାୟୁ ଶିଖର ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଂଲଣ୍ଡର ଗ୍ଲାସ୍ଗୋରେ ପହଞ୍ଚିଛନ୍ତି। ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହ ସାକ୍ଷାତ କରିବେ । ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ସିଧାସଳଖ ହୋଟେଲରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କୁ ଭାରତୀୟମାନେ ସ୍ୱାଗତ କରିଥିଲେ । ଏହି ସମୟରେ ପିଏମ ମୋଦି ଜନତାଙ୍କ ମଧ୍ୟରେ ଉପସ୍ଥିତ ଥିବା ପିଲାଙ୍କ ସହ କଥା ହୋଇଥିଲେ । ହୋଟେଲରେ ପହଞ୍ଚିବା ପରେ ଭାରତୀୟ ସମ୍ପ୍ରଦାୟର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା ସମୟରେ ଭାରତୀୟ ମାନେ ଗୀତ ଗାଇ ସମ୍ୱୋଧନ କରିଥିଲେ ‘ମୋଦି ହେଉଛନ୍ତି ଭାରତର ଗହଣା’ । ତାଙ୍କ ରହଣି ନିମନ୍ତେ ଉଦ୍ଦିଷ୍ଟ ହୋଟେଲ୍ ଆଗରେ ସମବେତ ଭାରତୀୟ ଜନସମ୍ପ୍ରଦାୟ ‘ମୋଦୀ ହୈ ଭାରତ୍ କା ଗେହେନା’ (ମୋଦୀ ଭାରତର ଅଳଙ୍କାର) ଗୀତ ଗାଇ ତାଙ୍କୁ ସ୍ୱାଗତ ଜଣାଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବାକୁ ଥିବା ସେଠାରେ ଉପସ୍ଥିତ ଥିବା ଗୋଟାଏ ସାନ ପିଲା ସହ ସେ କଥାବାର୍ତ୍ତା କରିଥିଲେ।
#WATCH | Glasgow, UK | Prime Minister Narendra Modi arrives at the hotel; interacts with a kid present among the Indian community to welcome him. pic.twitter.com/t1mLl63Jhy
— ANI (@ANI) October 31, 2021
ଗ୍ଲୋବାଲ ୱାର୍ମିଂକୁ ନିୟନ୍ତ୍ରଣ କରିବା ପାଇଁ ଦୁଇ ସପ୍ତାହ ଧରି ଚାଲିଥିବା ସମ୍ମିଳନୀ ଗ୍ଲାସ୍ଗୋରେ ଆରମ୍ଭ ହୋଇଛି । ଯାହା ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଜଳବାୟୁ ନ୍ୟାୟ ପ୍ରସଙ୍ଗ ଉଠାଇବ ଭାରତ। ଏଥିପାଇଁ ଇଟାଲୀ ସହ ସହଭାଗୀ ହୋଇଥିବା ବ୍ରିଟେନର ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି । ୧୨୦ ରୁ ଅଧିକ ଦେଶର ନେତାମାନେ ସିଓପି୨୬ ରେ ଅଂଶଗ୍ରହଣ କରିବେ । ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ସମସ୍ତେ ଆଲୋଚନା କରିବେ । ଇଟାଲିରେ ଅନୁଷ୍ଠିତ ‘ଜି୨୦ ଶିଖର’ ସମ୍ମିଳନୀ ଶେଷ ହେବା ପରେ ଗ୍ଲାସ୍ଗୋରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳେ ସ୍କଟ୍ଲାଣ୍ଡରେ ବସବାସ କରୁଥିବା ଭାରତୀୟ ଜନସମ୍ପ୍ରଦାୟର ନେତୃବୃନ୍ଦ ଏବଂ ଭାରତୀୟ ସଂସ୍କୃତିବିତ୍ମାନଙ୍କ ସହ ଆଳାପଆଲୋଚନା କରିବେ। ଏହାପରେ ସେ ‘୨୬ତମ କନ୍ଫରେନ୍ସ୍ ଅଫ୍ ପାର୍ଟିଜ୍’ରେ (ସିଓପି୨୬) ବିଶ୍ୱ ନେତୃବୃନ୍ଦଙ୍କ ଶିଖର ବୈଠକ ବା ‘ଓ୍ଵର୍ଲଡ୍ ଲିଡର୍ସ ସମିଟ୍’ ର(ଡବ୍ଲୁଏଲ୍ଏସ୍) ଉଦ୍ଘାଟନୀ ଉତ୍ସବରେ ଯୋଗଦେବେ। ଗ୍ଲାସ୍ଗୋସ୍ଥିତ ‘ସ୍କଟିସ୍ ଇଭେଣ୍ଟ୍ କ୍ୟାମ୍ପସ୍’ରେ ଆୟୋଜନ କରାଯାଇଥିବା ‘ୟୁନାଇଟେଡ୍ ନେସନ୍ସ୍ ଫ୍ରେମ୍ଓ୍ଵାର୍କ କନ୍ଭେନ୍ସନ୍ ଅନ୍ କ୍ଲାଇମେଟ୍ ଚେଞ୍ଜ୍’ର (ୟୁଏନ୍ଏଫ୍ସିସିସି) ସାଧାରଣ ଅଧିବେଶନରେ ଉଦ୍ବୋଧନ ଦେବେ। ଆଜି ଓ ଆଗାମୀକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିଖର ବୈଠକରେ ୨୦୦ ଦେଶର ପ୍ରତିନିଧି ଅଂଶ ଗ୍ରହଣ କରିବେ। ଉପରୋକ୍ତ ଉଦ୍ଘାଟନୀ ଉତ୍ସବ ପରେ ପରେ ପ୍ରଧାନମନ୍ତ୍ରୀ ମୋଦୀ ଇଂଲଣ୍ଡ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା କରିବେ। ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ସହ ପ୍ରଧାନମନ୍ତ୍ରୀ ଜନ୍ସନ୍ଙ୍କ ଉଦ୍ବୋଧନ ମଧ୍ୟ ରହିବ।