୧୯୯୦ ଘଟଣା ପାଇଁ ଦୋଷୀ ସାବ୍ୟସ୍ତ ହେଲେ ଫାଶୀ ଖୁଣ୍ଟରେ ଝୁଲିବାକୁ ପ୍ରସ୍ତୁତ : ଫାରୁକ୍ ଅବଦୁଲ୍ଲା
ନୂଆଦିଲ୍ଲୀ : ବିବାଦରେ ଘେରି ରହିଥିବା ଫିଲ୍ମ ଲୋକଙ୍କ ସମର୍ଥନ ହାସଲ କରୁଛି । ବକ୍ସ ଅଫିସରେ ରାଜ କରୁଛି ‘ଦ କାଶ୍ମୀର ଫାଇଲ୍ସ’ । କାଶ୍ମୀର ପଣ୍ଡିତଙ୍କ ଉପରେ ନିର୍ମିତ ଏହି ଫିଲ୍ମ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ‘ଦ କାଶ୍ମୀର ଫାଇଲ୍ସ’ ରିଲଜ୍ ହେବା ପରେ କାଶ୍ମୀର ପଣ୍ଡିତଙ୍କ ପଳାୟନ ପ୍ରସଙ୍ଗ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋହଇଛି ।
ତେବେ ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା କହିଛନ୍ତି, ଯଦି ୧୯୯୦ ଘଟଣା ପାଇଁ ସେ ଦାୟୀ ତେବେ ସେ ଦେଶର ଯେକୌଣସି ସ୍ଥାନରେ ଫାଶୀ ଖୁଣ୍ଟରେ ଝୁଲିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି, ଜଣେ ସଚ୍ଚୋଟ ବିଚାରପତି ଏବଂ କମିଟି ଦ୍ୱାରା ସତ ସାମ୍ନାକୁ ଆସିପାରିବ । ଘଟଣା ପାଇଁ କିଏ ଦାୟୀ ତାହା ଜଣାପଡ଼ିବ । ଯଦି ଲୋକମାନେ ସତ ଜାଣିବାକୁ ଚାହୁଁଛନ୍ତି ତେବେ ସେମାନେ ସେ ସମୟର ଆଇବି ମୁଖ୍ୟ ଏବଂ ସେ ସମୟର କେନ୍ଦ୍ରମନ୍ତ୍ରୀ ତଥା କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନଙ୍କ ସହ କଥା ହୁଅନ୍ତୁ ବୋଲି ଫାରୁକ୍ କହିଛନ୍ତି ।