ସୁପ୍ରିମକୋର୍ଟରେ ବିବାଦୀୟ ଜ୍ଞାନବାପି ସର୍ଭେ ମାମଲା, କାଲି ଶୁଣାଣି
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଗଲା ବିବାଦୀୟ ଜ୍ଞାନବାପି ସର୍ଭେ ମାମଲା । କାଲିକୁ ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ । ୨ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ । ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼,ପିଏସ ନରସିହ୍ମା କରିବେ ଶୁଣାଣି । ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ହୋଇଛି ଚ୍ୟାଲେଞ୍ଜ । ଭିତରେ ଭିଡିଓଗ୍ରାଫି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ମନ୍ଦିର ଭାଙ୍ଗି ମସଜିଦ କରାଯାଇଥିବା ଅଭିଯୋଗ ରହିଛି ।
ସୂଚନା ଯେ, ବାରଣାସୀରେ ଜ୍ଞାନବାପୀ ମସଜିଦରେ ସର୍ଭେ ଶେଷ ହୋଇଛି । କିନ୍ତୁ ଦାବି ଉପରେ ଏବେ ବିବାଦ ଦେଖାଦେଇଛି । ଶେଷ ଦିନର ସର୍ଭେ ପରେ ହିନ୍ଦୁ ପକ୍ଷ ସେଠାରୁ ଶିବଲିଙ୍ଗ ମିଳିଥିବାର ଦାବି କରିଥିଲେ । ଏକ କୂଅରୁ ଏହି ଶିବଲିଙ୍କ ବାହାରିଥିବା କୁହାଯାଇଥିଲା । ଜଳ ନିଷ୍କାସନ ହେବା ମାତ୍ରେ ସେଠାରେ ଉପସ୍ଥିତ ଥିବା ହିନ୍ଦୁ ପକ୍ଷ ଆନନ୍ଦିତ ହୋଇଉଠିଥିଲେ, କାରଣ ସେଠାରେ ୧୨.୮ ଫୁଟ ବ୍ୟାସାର୍ଦ୍ଧାର ଏକ ଶିବଲିଙ୍ଗ ମିଳିଥିଲା ସେମାନେ ଦାବି କରିଥିଲେ । ହିନ୍ଦୁ ପକ୍ଷଙ୍କ ଓକିଲ ମଦନ ମୋହନ କହିଥିଲେ ଯେ, ପାଣି ହଟିବା ପରେ ସେଠାରୁ ଶିବଲିଙ୍ଗ ପ୍ରକଟ ହୋଇଥିଲା । ଯାହାର ବ୍ୟାସ ୧୨ଫୁଟ ୮ଇଞ୍ଚ। ଏହା ଖୁବ ଗଭୀରରେ ଥିଲା। ଅନ୍ୟପଟେ କିନ୍ତୁ ମୁସଲିମ୍ ସମ୍ପ୍ରଦାୟ କହିଛନ୍ତି ଯେ, ଦାବି ମୁତାବକ କୌଣସି ଜିନିଷ ମିଳିନାହିଁ । ଅନ୍ୟ ଦିଗରେ ବାଦ ପ୍ରତିବାଦ ମଧ୍ୟରେ କମିଶନର ଅଜୟ କୁମାର ମିଶ୍ର କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇବା ପାଇଁ କହିଥିବା ବେଳେ ଶିବଲିଙ୍ଗ ପ୍ରସଙ୍ଗରେ ନୀରବତା ଅବଲମ୍ବନ କରିଛନ୍ତି ।