ବିଧାନସଭାରେ ମୂର୍ତ୍ତି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କଲେ କଂଗ୍ରେସ ବିଧାୟକ
ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ଆଜି ଷଷ୍ଠ କାର୍ଯ୍ୟ ଦିବସ । ମଙ୍ଗଳବାର ବିଧାନସଭାରେ ମୂର୍ତ୍ତି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । କୋଭିଡ ଗାଇଡ଼ ଲାଇନ ଆଳରେ ମୂର୍ତ୍ତିକୁ ଛୋଟ କରି ଧର୍ମୀୟ ଭାଵନା ସହ କୁଠାର ଘାତ କରିଛନ୍ତି ସରକାର । କଟକ ସହ ସାରା ରାଜ୍ୟରେ ପୂର୍ଣାବୟବ ମୃଣ୍ମୟୀ ମୂର୍ତି ହେଉ । ଏହାସହ ସବୁ ମୂର୍ତ୍ତି ଉପରୁ ପରଦା ହଟାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ।
ସେ କହିଛନ୍ତି ପୂଜା କରିବାକୁ ସୁଯୋଗ ଦିଆଯାଉ । ଏନେଇ ବାଚସ୍ପତି ରୁଲିଙ୍ଗ ଦେବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ । ସୂଚନା ଥାଉକି, କରୋନା ପାଇଁ ପୂଜାରେ ମାଆଙ୍କ ମୂର୍ତ୍ତି ଛୋଟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାକୁ ବିରୋଧ କରିଛନ୍ତି କଟକ ସମସ୍ତ ଦୂର୍ଗାପୂଜା କମିଟି ।