ପୁରୁଲିୟାରେ କଂଗ୍ରେସ ପାର୍ଷଦ ହତ୍ୟା ମାମଲା; ଯାଂଚ କରିବ ସିବିଆଇ
କୋଲକାତା : କଲିକତା ହାଇକୋର୍ଟ ପୁରୁଲିୟା ଜିଲାର ଝାଲଦାରେ କଂଗ୍ରେସର ପାର୍ଷଦ ତପନ କୁଣ୍ଡୁକୁ ଗୁଳିକରି ହତ୍ୟା ମାମଲାର ଯାଂଚ କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ(ସିବିଆଇ)କୁ ଦେଇଛି । ମୃତ ପାର୍ଷଦର ପତ୍ନୀ ପୂର୍ଣ୍ଣିମା କୁଣ୍ଡୁ ଦ୍ୱାରା ଲଗାଯାଇଥିବା ଆବେଦନ ଉପରେ ଶୁଣାଣୀ ପୁରା କରିବା ପରେ ନ୍ୟାୟମୂର୍ତି ରାଜଶେଖର ମହନ୍ଦଙ୍କ ଏକ ପୀଠ ସୋମବାର ଦିନ ଏହି ଆଦେଶ ଦେଇଛି ।
ଶୁଣାଣୀ ସମୟରେ ଅଦାଲତ କହିଛନ୍ତି ଯେ ମରିଥିବା କଂଗ୍ରେସ ପାର୍ଷଦର ପରିବାର ଏବଂ ଲୋକଙ୍କୁ ନ୍ୟାୟରେ ଭରସା କାଏମ ରହୁ, ଏଥିପାଇଁ ସିବିଆଇ ଯାଂଚର ଆଦେଶ ଦିଆଯାଇଛି । କୋର୍ଟ ଆଗାମୀ ୪୫ ଦିନ ଭିତରେ ଯାଂଚ ପୁରା କରି ରିପୋର୍ଟ ପଠାଇବାର ଆଦେଶ ମଧ୍ୟ ସିବିଆଇକୁ ଦେଇଛି । ଆଦେଶ ଜାରି କରି କୋର୍ଟ କହିଛି ଯେ ହତ୍ୟା ପରେ ପୋଲିସ୍ ଯାଂଚ କରିଛି । କିନ୍ତୁ ଠିକ ଭାବେ ଜାଂଚ ହୋଇ ନାହିଁ ।