ତୃଷ୍ଟିକରଣ ରାଜନୀତି କରୁଛି କଂଗ୍ରେସ : ଅମିତ୍ ଶାହା
ଦେହରାଦୁନ : କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା ଶନିବାର ଦିନ କଂଗ୍ରେସକୁ ଟାରଗେଟ କରି କହିଛନ୍ତି ଯେ କଂଗ୍ରେସ ତୃଷ୍ଟିକରଣ ରାଜନୀତି କରିବା ଅଭ୍ୟାସରେ ପଡିଗଲାଣି । କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ସ୍ଥିିତି ବନେଇ ରଖିବାକୁ ପାଇଁ କଂଗ୍ରେସ୍ ଉତରାଖଣ୍ଡରେ ଜନତାଙ୍କ ପାଇଁ କିଛି ଜନକଲ୍ୟାଣକାରି କାର୍ଯ୍ୟ କରି ନାହାନ୍ତି । ଏଥିପାଇଁ ଥରକ ମାତ୍ର ଦେବଭୂମି ଓ ବୀରଭୂମିର ଜନତା ଭାଜପା ଏବଂ ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମିଙ୍କୁ ତାଙ୍କର ଆର୍ଶିବାଦ ଦେଇ ଆଉଥରେ ଫେରାଇ ଆଣିବା ଆବଶ୍ୟକ ।
ଆଜି ଡେରାଡୁନ୍ ରେ ବନ୍ନୁ ସ୍କୁଲ୍ ପଡିଆରେ ମୁଖ୍ୟମନ୍ତ୍ରୀ ଘସିୟାରି କଲ୍ୟାଣ ଯୋଜନା ଏବଂ ୬୭୦ ବହୁଦେଶୀୟ ସହକାରି ସମିତିରେ କଂପୁଟରାଇଜେଶନ୍ ର ଉଦ୍ଘାଟନ କରିବା ପରେ ଜନସଭାକୁ ସମ୍ଭୋଧିତ କରି କେନ୍ଦ୍ରୀୟ ମନ୍ତ୍ରୀ ଶାହା ଆଗାମୀ ନିର୍ବାଚନ ଅଭିଯାନରେ ସାମିଲ ହୋଇଛନ୍ତି । କେନ୍ଦ୍ରୀୟ ମନ୍ତ୍ରୀ ଶାହା ଆହୁରିମଧ୍ୟ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ପୁସ୍କର ସିଂହଙ୍କ ନେତୃତ୍ୱରେ ରାଜ୍ୟ ବିକାଶ ପାଇଁ ପ୍ରତିବଦ୍ଧ । ସେ କହିଥିଲେ ଯେ, କଂଗ୍ରେସ ସରକାର ସମୟରେ ମୁଁ ଏଠାକୁ ଆସିଥିଲି। କିଛି ଲୋକ ମୋତେ କହିଥିଲେ ଯେ, ସରକାର ଶୁକ୍ରବାର ନମାଜ ପାଇଁ ଜାତୀୟ ରାଜପଥକୁ ଅନୁମତି ଦେଇଛନ୍ତି। କଂଗ୍ରେସ କେବଳ ସନ୍ତୁଷ୍ଟୀକରଣ ରାଜନୀତି କରେ ଲୋକଙ୍କ ପାଇଁ କୌଣସି ଜନକଲ୍ୟାଣମୂଳ କରାର୍ଯ୍ୟ କରି ନାହିଁ ବୋଲି ଶାହ କହିଛନ୍ତି। ଶାହ ଡେରାଡୁନ୍ରେ ‘ମୁଖ୍ୟମନ୍ତ୍ରୀଙ୍କ ଘାସିଆରି କଲ୍ୟାଣ ଯୋଜନା’ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କୁ ଟାର୍ଗେଟ କରି ଅତ୍ୟଧିକ ମଦ ବିକ୍ରିକୁ ପ୍ରୋତ୍ସାହନ ଦେଇ ସେମାନଙ୍କ ଜୀବନକୁ ବିପନ୍ନ କରିଚନ୍ତି ବୋଲି ଅମିତ ଶାହ କହିଛନ୍ତି। ମୁଁ ହରିଶ ରାୱତଙ୍କୁ ଖୋଲା ବିତର୍କ କରିବାକୁ ଆହ୍ୱାନ କରିଛି। କଂଗ୍ରେସ ଏବଂ ବିଜେପି ପକ୍ଷରୁ ଦିଆଯାଇଥିବା ଇସ୍ତାହାର ପାଳନ କରିବାରେ କିଏ ଯଦି ଆଗରେ ରହୁଥାଏ ତେବେ ସେ ବିଜେପି ବୋଲି ଶାହ କହିଛନ୍ତି। ସେହିପରି ବିଜେପି ଏହାର ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିର 85% ପୂରଣ କରିଛି। ଅମିତ ଶାହ କହିଛନ୍ତି ଯେ, ବିଜେପି ଶାସନାଧୀନ ଉତ୍ତରାଖଣ୍ଡ ସବୁ ଦିଗରେ ବିକାଶ କରିଛି ।