ବରିଷ୍ଠ ସମାଜସେବୀଙ୍କ ଦେହାନ୍ତରେ ଶୋକ
ସୋର : ସୋର ବ୍ଲକ ଅଧୀନ ନଦିଗାଁ ପଞ୍ଚାୟତ ଅନ୍ତର୍ଗତ ଗୁହାଳଡିହି ଗ୍ରାମର ବିଶିଷ୍ଟ ସମାଜସେବୀ ତଥା କଂଗ୍ରେସର ଟାଣୁଆ ନେତା ନିରଂଜନ ଲେଙ୍କାଙ୍କର ୮୦ ବର୍ଷ ବୟସରେ ଗତକାଲି ଦେହାନ୍ତ ହୋଇଯାଇଛି । ଗତ କିଛି ମାସ ଧରି ସ୍ୱର୍ଗତ ଲେଙ୍କା କିଡିନୀଜନିତ ରୋଗରେ ପୀଡିତ ଥିଲେ । ଘରେ ଥିବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭୂବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ଦିନ ୨ଟା ସମୟରେ ଦେହାନ୍ତ ହୋଇଥିଲା । ତାଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶ୍ରୀକାନ୍ତ ଜେନା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ରଶ୍ମାରାଣୀ ଜେନା, ଅବସରପ୍ରାପ୍ତ ସହକାରୀ ଆରକ୍ଷୀ ଅଧିକ୍ଷକ ତଥା ବିଜେପି ନେତା ରବୀନ୍ଦ୍ର କୁମାର ଜେନା, ବିଜେପି ନେତ୍ରୀ ଲିଜା ବାରିକଙ୍କ ସହ ସ୍ଥାନୀୟ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ ।