ରାଜ୍ୟଗୋଷ୍ଠୀ କ୍ରୀଡ଼ା : ସେମିଫାଇନାଲ୍ ଚୂଡାନ୍ତ
ଇଂଲଣ୍ଡ-ଭାରତ ଓ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମୁକାବିଲା
ବର୍ମିଂହାମ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ଦଳ। ଏବେ ଦଳ ନକଆଉଟରେ କାହାକୁ ଭେଟିବ ତାହା ସ୍ପଷ୍ଟ ହୋଇଯାଇଛି । ହରମନପ୍ରିତ କୌରଙ୍କ ନେତୃତ୍ୱରେ ଦଳ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ ବୋଲି ଜଣାପଡିଛି ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମୋଟ ୪ ଟିମ୍ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ୍ ଖେଳିବେ ବୋଲି ଚୂଡାନ୍ତ ହୋଇସାରିଛି । ଏହି ସବୁ ଟିମ୍ ନିଜ ନିଜ ଗ୍ରୁପର ଟପ୍ ୨ରେ ଅଛନ୍ତି । ଭାରତ ଗ୍ରୁପ ଏରେ ଦ୍ୱିତୀୟ ସ୍ଥାନରେ ରହି ଥିବା ବେଳେ ଇଂଲଣ୍ଡ ମଧ୍ୟ ଗ୍ରୁପ୍ ବିର ଦ୍ୱିତୀୟ ସ୍ଥାନରେ ରହିଛି । ଦ୍ଵିତୀୟ ସେମିଫାଇନାଲ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଆସନ୍ତା ୬ ତାରିଖ ଅର୍ଥାତ ଶନିବାର ସେମିଫାଇନାଲ ଖେଳାଯିବ । ପ୍ରଥମ ସେମିଫାଇନାଲ ଭାରତୀୟ ସମୟାନୁସାରେ ଦିନ ୩ଟା ୩୦ ଓ ଦ୍ୱିତୀୟ ସେମି ରାତି ୧୦ଟା ୩୦ରେ ଖେଳାଯିବ । ସେହିପରି ଏହାର ଗୋଟିଏ ଦିନ ପରେ ଅର୍ଥାତ ୭ ତାରିଖ ରବିବାର ସୁନା ଓ ବ୍ରୋଞ୍ଜ୍ ପାଇଁ ମ୍ୟାଚ୍ ଖେଳାଯିବ ।