କମନୱେଲଥ ଗେମ୍ସ-୨୦୨୨ : ବାଦ୍ ପଡ଼ିବା ପରେ ଦୁଃଖ ପ୍ରକାଶ କଲେ ନୀରଜ ଚୋପ୍ରା
ନୂଆଦିଲ୍ଲୀ : ବର୍ମିିଂହାମରେ ଆୟୋଜିତ ହେବ ୨୨ତମ କମନୱେଲଥ ଗେମସ । ଭାରତୀୟ ଅଲମ୍ପିକ ଆସୋସିଏସନ ବା ଆଇଓଏ ଦ୍ୱାରା ଆୟୋଜିତ ହେବ । ଏହି ଗେମସ ଆସନ୍ତା ଜୁଲାଇ ୨୮ରୁ ଆରମ୍ଭ ହୋଇ ଅଗଷ୍ଟ ୮ ଯାଏଁ ବ୍ରିଟିଶ ସହରରେ ହେବାକୁ ଯାଉଛି । କମନୱେଲଥ ଗେମ୍ସରେ ଭାରତ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ ହେଉଛି। ଭାରତର ପ୍ରମୁଖ ଖେଳାଳିମାନେ ଦେଶ ପାଇଁ ପୁରସ୍କାର ଜିତିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବେ । ଏଥିଲାଗି ଭାରତୀୟ ଦଳ ବର୍ମିଂହାମରେ ପହଞ୍ଚି ସାରିଲେଣି। ମାତ୍ର ଏଥିରେ ଭାରତ ପାଇଁ ପଦକ ଜିତିବାର ଦୃଢ଼ ଦାବିଦାର ଥିବା ଜାଭ୍ଲିନ ତାରକା ନୀରଜ ଚୋପ୍ରା ଖେଳରୁ ବାଦ୍ ପଡ଼ିବା ପରେ ଦୁଃଖ ପ୍ରକାଶ କରିଛନ୍ତି। କମନ୍ୱେଲ୍ଥ୍ ଗେମ୍ସରେ ଖେଳି ନପାରୁଥିବାରୁ ସେ ଆଘାତ ପାଇଛନ୍ତି ବୋଲି କହିଛନ୍ତି। ସେ ତାଙ୍କ ଟ୍ବିଟର୍ରେ ଏକ ଲମ୍ବା ବିବୃତ୍ତି ଜାରି କରି ସେ କାହିଁକି ସେ ଆଗାମୀ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇ ପାରିବେନି ବୋଲି କହିଛନ୍ତି। ଏହାଛଡ଼ା ସେ କିପରି ବିଶ୍ବ ଆଥଲେଟିକ୍ ଚାମ୍ପିୟନ୍ସିପ୍ରେ ଆହତ ହୋଇଥିଲେ ସେ ସଂପର୍କରେ ବି ଉଲ୍ଲେଖ କରିଛନ୍ତି।
— Neeraj Chopra (@Neeraj_chopra1) July 26, 2022
ଆମେରିକାର ଇଉଜେନିଠାରେ ନିକଟରେ ଶେଷ ହୋଇଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ରୌପ୍ୟ ଜିତି ଦେଶ ପାଇଁ ଆଉ ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ତେଣୁ ବର୍ମିଂହାମ୍ରେ ପୁରୁଷ ଜାଭ୍ଲିନ୍ ପଦକ ବଜାୟ ରଖିବା ଲକ୍ଷ୍ୟରେ ରହିଥିଲେ। ହେଲେ ବିଶ୍ବ ପ୍ରତିଯୋଗିତାରେ ତାଙ୍କର ସେହି ଐତିହାସିକ ସଫଳତା ଅବସରରେ ଆହତ ହୋଇଥିଲେ ନୀରଜ। ଫଳରେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିଯାଇଛନ୍ତି। ମଙ୍ଗଳବାର ଏଭଳି ଝଟ୍କା ଖବର ଭାରତକୁ ମିଳିଛି। ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ମହାସଚିବ ରାଜୀବ ମେହଟା ଏହି ସୂଚନା ଦେବା ସାଙ୍ଗକୁ ନୀରଜଙ୍କ ଏମ୍ଆର୍ଆଇ ସ୍କାନ୍ ସୋମବାର ଆମେରିକାରେ ହୋଇଥିଲା ଏବଂ ତାଙ୍କୁ ଗୋଟିଏ ମାସ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିବା କହିଥିଲେ।