ରାଜ୍ୟଗୋଷ୍ଠୀ କ୍ରୀଡ଼ା : ସ୍ୱର୍ଣ୍ଣ ପଦକ ଜିତିଲେ ଦୀପକ ପୁନିଆ
ବର୍ମିଂହାମ : ଇଂଲଣ୍ଡର ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତର ଦୀପକ ପୁନିଆ ଆଶ୍ଚର୍ଯ୍ୟଜନକ ଖେଳ ପ୍ରଦର୍ଶନ କରିଛନ୍ତି। ସେ ପୁରୁଷ ୮୬ କିଲୋଗ୍ରାମରେ ପାକିସ୍ତାନର ମହମ୍ମଦ ଇନାମଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। କୁସ୍ତିରେ ଏହା ହେଉଛି ଭାରତର ତୃତୀୟ ସ୍ୱର୍ଣ୍ଣ। ଦୀପକ ପୁନିଆଙ୍କ ପୂର୍ବରୁ ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ସ୍ୱର୍ଣ୍ଣ ଜିତିଛନ୍ତି।