ସିଏମ୍ସି ପକ୍ଷରୁ କୋଚିଂ ସେଣ୍ଟର ସିଲ୍
କଟକ : କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ କୋଚିଂ ସେଣ୍ଟର ସିଲ୍ କରିଛି କଟକ ମହାନଗର ନିଗମ । ସିଡିଏ ଅଫିସ ନିକଟରେ ଥିବା ମହେନ୍ଦ୍ରା କ୍ଲାସେସ୍କୁ ସିଲ୍ କଲା ସିଏମ୍ସି ।
କ୍ଲାସ୍ରୁମ୍ରେ ସାମାଜିକ ଦୂରତା ରକ୍ଷା କରାଯାଉନଥିବା ଅଭିଯୋଗରେ ସିଲ୍ ହୋଇଛି । ଏହି କିଛି ଦିନ ତଳେ ଏମିତି ଅନୁରୂପ ଭାବେ ଆଉ ଏକ ଶିକ୍ଷାନୁଷ୍ଠାନକୁ ସିଲ୍ କରିଥିଲା ସିଏମସି । ଆଗାମୀ ଦିନରେ ମଧ୍ୟ ସହରରେ ସିଏମସି ଓ ସିଡିଏ ପକ୍ଷରୁ ମିଳିତ ଭାବେ ଏହି ଚଢଉକୁ ଜୋରଦାର କରାଯିବ ବୋଲି ସୂଚନା ଦିଆଯାଇଛି।