ନବନିଯୁକ୍ତ ଅଧ୍ୟାପକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ : ପିଲାଙ୍କ ମଧ୍ୟରେ ସମସ୍ୟା ସମାଧାନ କରିବାର ମନୋଭାବ ବିକାଶ କର
ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମସ୍ୟା ସମାଧାନ କରିବାର ମନୋଭାବ ବିକାଶ କରାଇବାକୁ ନବନିଯୁକ୍ତ କଲେଜ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ନବ ନିଯୁକ୍ତ ଅଧ୍ୟାପକ ଅଧ୍ୟାପିକାମାନଙ୍କର ଓରିଏେଂଟସନ୍ କାର୍ଯ୍ୟକ୍ରମରେ ଲୋକସେବା ଭବନରୁ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମାଜ ଏହାର ସମସ୍ୟାର ସମାଧାନ କରି ଆଗକୁ ବଢୁଛି । ଏଣୁ ସମସ୍ୟାର ସମାଧାନ ମନୋଭାବ ବିକାଶ କରିବା ଏକାନ୍ତ ଆବଶ୍ୟକ ବିଶେଷକରି ଯୁବକମାନଙ୍କ ମଧ୍ୟରେ । ଶିକ୍ଷକମାନେ ପିଲାମାନଙ୍କୁ, ଯୁବକମାନଙ୍କୁ ନିଜ ମଧ୍ୟରେ ଏହି ଜଟିଳ ଗୁଣ ବଢାଇବାକୁ ସାହାଯ୍ୟ କରିବାକୁ ସେ କାମନା କରିଥିଲେ । ଆମକୁ ଜ୍ଞାନ ଆବଶ୍ୟକ ଯାହାକି ଆମର ସମସ୍ୟାର ସମାଧାନ କରିଥାଏ ଏବଂ ଜୀବନକୁ ପରିବର୍ତନ କରିଥାଏ ବୋଲି ସେ କହିଛନ୍ତି ।
ସୂଚନା ଯେ, ଷ୍ଟାଫ୍ ସିଲେକସନ୍ ବୋର୍ଡ ବା ଏସଏସବି ଦ୍ୱାରା ୯୦୮ ଜଣ ନୂଆ କଲେଜ ଅଧ୍ୟାପକ ଓ ଅଧ୍ୟାପିକା କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୬୩୯ ଜଣଙ୍କୁ ନିଯୁକ୍ତି ପତ୍ର ମିଳିଛି । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୬୯ ଜଣଙ୍କୁ ମିଳିବ ନିଯୁକ୍ତି ପତ୍ର ।