ଆଜି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ବିଏସକେୱାଇ କାର୍ଡ
ଗଞ୍ଜାମ : ଆଜି ଗଞ୍ଜାମ ଜିଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) କାର୍ଡ ବଣ୍ଟନ ନିମନ୍ତେ ଦିନିକିଆ ଗଞ୍ଜାମ ଜିଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ତାରାତାରିଣୀ ପରେ ହିଞ୍ଜିଳି ଗସ୍ତ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏନେଇ ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରବିବାର ପୂର୍ବାହ୍ନ ସାଢେ ୧୦ଟା ସମୟରେ ମାଆ ତାରାତାରିଣୀ ପୀଠରେ ପହଞ୍ଚି ଦର୍ଶନ କରିବା ପରେ ଆୟୋଜିତ ସଭାରେ ଯୋଗ ଦେଇ ୧୧ଟା ୧୦ରେ ବିଏସକେୱାଇ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ପରେ ୧୧ଟା ୧୫ ରେ ଜିଲାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ସହ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି । ଏହା ପରେ ମୁଖ୍ୟମନ୍ତ୍ରୀ ଜନତାଙ୍କୁ ଉଦବୋଧନ ଦେବେ । ୧୧ଟା ୨୫ ରେ ମୁଖ୍ୟମନ୍ତ୍ରୀ ତାରାତାରିଣୀ ଗସ୍ତ ଶେଷ କରି ହିଞ୍ଜିଳି ଗସ୍ତ କରିବେ । ୧୧ଟା ୫୫ ରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ମିନି ଷ୍ଟାଡିୟମରେ ପହଞ୍ଚିବା ପରେ ବିଜୁ ପଟ୍ଟନାୟକ ଛକରୁ ୧୨ଟା ୦୫ରେ ନୁତନ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଛନ କରିବା ସହ ପୁଷ୍ପ ମାଲ୍ୟାର୍ପଣ କରିବେ । ୧୦୦ କୋଟି ଟଙ୍କାର ବ୍ୟାଙ୍କ କ୍ରେଡିଟ୍ ଲିଙ୍କେଜକୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ବଣ୍ଟନ କରିବେ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।