ଆଜି ୧୯ ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ବ୍ୟବସ୍ଥାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ୧୯ଟି ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ପାନୀୟ ଜଳ ସୁବିଧା ଜନସାଧାରଣଙ୍କୁ ଉତ୍ସର୍ଗ କରିବେ । ଏହି ସୁବିଧା ଦ୍ୱାରା ସାଢ଼େ ୫ ଲକ୍ଷ ଲୋକ ଉପକୃତ ହେବେ । ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କ୍ଷେତ୍ରରେ ପୁରୀ ଭାରତର ପ୍ରଥମ ସହର ହୋଇଥିବା ବେଳେ ଗଞ୍ଜାମ ଜିଲାର ଗୋପାଳପୁର ଏହି ବ୍ୟବସ୍ଥା ଯୋଗାଇବାରେ ଦେଶର ଦ୍ୱିତୀୟ ସହର ହେବ ।
ଆଜି ଭୁବନେଶ୍ବର, କଟକ, ନିମାପଡ଼ା, ବ୍ରହ୍ମପୁର, ଗୋପାଳପୁର, ରାଉରକେଲା, ସୁନ୍ଦରଗଡ଼, ବୀରମିତ୍ରପୁର, ରାଜଗାଙ୍ଗପୁର, କେନ୍ଦୁଝର, ଯୋଡ଼ା, ବଡ଼ବିଲ, ଚମ୍ପୁଆ, ଆନନ୍ଦପୁର, ବାରିପଦା, ରାଇରଙ୍ଗପୁର, ଉଦଳା, କରଞ୍ଜିଆ, ବ୍ୟାସନଗରରେ ମୁଖ୍ୟମନ୍ତ୍ରୀ ଡ୍ରିଙ୍କ ଫ୍ରମ ଟ୍ୟାପ ସୁବିଧାର ଲୋକାର୍ପଣ କରିବେ । ଏଥିସହ ଖୋର୍ଦ୍ଧା, ଜଟଣୀ ଓ ହିଞ୍ଜିଳିକାଟୁ ପୈ।ରାଞ୍ଚଳରେ ଏହି ବ୍ୟବସ୍ଥା ପାଇଁ କାର୍ଯ୍ୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନର କନଭେନସନ ସେଣ୍ଟରରୁ ଏହି କାର୍ଯ୍ୟକ୍ରମର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ।