ମା’ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବେ ନବୀନ
ଭୁବନେଶ୍ୱର : ରାଜ୍ୟର ପ୍ରମୁଖ ଶକ୍ତିପୀଠ ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆସନ୍ତା ୧୮ ତାରିଖରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ସୂଚନା ଦେଇଛନ୍ତି । ଏଥିସହ ବହୁସଂଖ୍ୟାରେ ସାମିଲ ହୋଇ ମା’ଙ୍କ ଆଶୀର୍ବାଦ ଲାଭ କରିବାକୁ ଆହ୍ବାନ ଦେଇଛନ୍ତି ନବୀନ ।
ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୧୧୭ କୋଟି ଟଙ୍କାର ଅନୁଦାନ ମିଳିବା ପରେ ମନ୍ଦିରର ବିକାଶ ମୂଳକ କାର୍ଯ୍ୟ ହୋଇପାରିଛି । ପାହାଡ଼ ଉପରେ ରହିଥିବା ମା’ଙ୍କ ମନ୍ଦିର ପରିସରରେ ପାର୍ଶ୍ବ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ କରାଯାଇଛି, ଯଜ୍ଞ ମଣ୍ଡପ, ଦୀପ ଘର, ଭ୍ୟୁ ପଏଣ୍ଟ, ମେଡ଼ିଟେସନ ସେଣ୍ଟର, ପ୍ରଶାସନିକ କୋଠା, ଭକ୍ତ ମାନେ ବିଶ୍ରାମ ନିମନ୍ତେ କୋଠା, ମୁଣ୍ଡନ ନିମନ୍ତେ ବ୍ୟବସ୍ଥା ସହ ଘାଟି ରାସ୍ତାରେ ଯାତାୟତ ନିମନ୍ତେ ସୁବନ୍ଦୋବସ୍ତ ମଧ୍ୟ ହୋଇପାରିଛି । ଯାହାଫଳରେ ଭକ୍ତ ମାନେ ସୁରୁଖୁରରେ ଦର୍ଶନ କରିପାରିବେ ।