ଡକ୍ଟର ଅଫ୍ ଲିଟରେଚର ଆଓ୍ବାର୍ଡ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି
କୋଲକାତା : ଡକ୍ଟର ଅଫ୍ ଲିଟରେଚର ଆଓ୍ବାର୍ଡ ଗ୍ରହଣ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ସେଣ୍ଟ ଜାଭିୟର ବିଶ୍ବ ବିଦ୍ୟାଳୟ ପକ୍ଷରୁ ରାଜ୍ୟପାଳ ଆନନ୍ଦ ବୋସ୍ ଏହି ସମ୍ମାନ ପ୍ରଦାନ କରାଯାଇଛି । ସାହିତ୍ୟ କ୍ଷେତ୍ରରେ ସମ୍ମାନକୁ ମୁଖ୍ୟମନ୍ତ୍ରୀ ଦଳିତ ବର୍ଗଙ୍କୁ ସମ୍ମର୍ପିତ କରିଥିଲେ ।
ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ମୁହଁରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଗୁଣମାନକୁ ନେଇ ଚିହିଁକି ଉଠିପଡ଼ିଛନ୍ତି ବିରୋଧୀ । ଆଗକୁ ପୂର୍ବତର ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଗୋଳିଆପାଣିରୁ ଉଭୟ ବିଜେପି ଓ ଟିଏମସି ଫାଇଦା ନେବାକୁ ପ୍ରୟାସ ଚଳାଇଛନ୍ତି ବୋଲି ବିରୋଧୀ ସମାଲୋଚନା କରିଛନ୍ତି । ସେପଟେ ଭାରତୀୟ ଜନତା ପାର୍ଟି ପ୍ରବକ୍ତା ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ଏଥିରେ କୌଣସି ସ୍ବାର୍ଥ ନାହିଁ ବୋଲି କହିଛନ୍ତି ।
ରାଜରହାଟ ପରିସରରେ ଥିବା ସେଣ୍ଟ ଜାଭିୟର ବିଶ୍ବ ବିଦ୍ୟାଳୟର ଚତୁର୍ଥ ବାର୍ଷିକ ଦିକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ପଶ୍ଚିମବଙ୍ଗ ରାଜ୍ୟପାଳ ଅନନ୍ଦ ବୋସ୍ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଉପସ୍ଥିତ ଥିଲେ । ଏହି ସମାରୋହରେ ବିଶ୍ବ ବିଦ୍ୟାଳୟ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯାଇଛି। କୁଳପତି ଫେଲିକ୍ସ ରାଜ ଦିଦିଙ୍କୁ ଡକ୍ଟର ଅଫ୍ ଲିଟରେଚର ଆଓ୍ବାର୍ଡ ସମ୍ମାନିତ କରିଥିଲେ । ଏହି ଅବସରରେ ରାଜ୍ୟପାଳ ଅନନ୍ଦ ବୋସ୍ ଖୁବ୍ ପ୍ରଶଂସା କରିଛନ୍ତି ।
ସାହିତ୍ୟ ଓ ଚିତ୍ରକଳା କ୍ଷେତ୍ରରେ ଜଣେ ମହିଳାହଙ୍କୁ ସମ୍ମନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ରାଜ୍ୟପାଳ କହିଛନ୍ତି । ଏହା ସହିତ ରାଜ୍ୟପାଳ କହିଛନ୍ତି, ଆମେ ପଶ୍ଚିମବଙ୍ଗବାସୀ ଖୁସି ଯେ, ଆମ ପଖରେ ବିଷ୍ଟନ୍ ଚର୍ଚ୍ଚିଲ୍ ଏବଂ ଜନ୍ ମିଲ୍ଟନଙ୍କ ଭଳି ପ୍ରତିଷ୍ଠିତ ଲୋକ ନାହାନ୍ତି, ହେଲେ ମମତା ବାନାର୍ଜି ଅଛନ୍ତି । ଭାରତରେ ଅକ୍ସଫୋର୍ଡ ୟୁନିଭରସିଟିର ପ୍ରଫେସର, ବିଚାରକ ଓ ଲେଖକ ଡ. ଏସ ରାଧାକୃଷ୍ଣନ୍ ସମସ୍ତେ ମନେ ପକାଉଛନ୍ତି । ସେହିପରି ମିସାଇଲ୍ ମ୍ଯାନ୍ ଏପିଜେ ଅବଦୁଲ୍ କାଲାମ ଥିଲେ ଯିଏ, ଯୁବବର୍ଗଙ୍କୁ ପ୍ରଜ୍ଜ୍ବଳିତ କରି ଆତ୍ମନିର୍ଭର ହେବାର ରାସ୍ତା ଦେଖାଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଟିମରେ ମମତା ବାନାର୍ଜିଙ୍କ ଭଳି ନେତା ରହିଥିଲେ । ଏହି ନେତା ସମସ୍ତ ରାଜନେତା ଜଣେ ଜଣେ ବିଶିଷ୍ଟ ଲେଖକ ।