ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ବାୟୁସେବା ଟିମ୍, ୩୧ ଯାଏଁ ଜାରି ରହିବ ଚିକିତ୍ସା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନା ଅନ୍ତର୍ଗତ ଏକ ବିଶେଷଜ୍ଞ ଡାକ୍ତରଙ୍କ ଟିମ୍ ରୋଗୀଙ୍କୁ ସୁପର ସ୍ପେଶାଲିଷ୍ଟ ଚିକିତ୍ସା ସେବା ଯୋଗାଇଦେବାକୁ ମାଲକାନଗିରି ଯାତ୍ରା କରିଛନ୍ତି। ଡାକ୍ତରୀ ଟିମରେ ପଞ୍ଜିକୃତ ହୋଇଥିବା ରୋଗୀଙ୍କ ଆବଶ୍ୟକତା ଅନୁସାରେ ୫ ଭିନ୍ନ ଭିନ୍ନ ବିଭାଗର ୫ ଜଣ ବରିଷ୍ଠ ବିଶେଷଜ୍ଞ ଡାକ୍ତର ଅଛନ୍ତି। ଏହି ଡାକ୍ତରୀ ଟିମ୍ ଅଗଷ୍ଟ ୩୧ ଯାଏଁ ଜିଲାରେ ରହି ରୋଗୀ ଚିକିତ୍ସା କରିବେ ବୋଲି ଜଣାପଡିଛି । ଟିମରେ ଥିବା ଡାକ୍ତରମାନେ ହେଲେ ଡା. ଏ. ଜେନା ( ନେଫ୍ରୋଲୋଜିଷ୍ଟ ), ଡା. ବି.କେ ଦାସ ( କାର୍ଡିଓଲୋଜିଷ୍ଟ ), ଡା. ଏସ. ସେଠୀ ( ସର୍ଜରୀ ସ୍ପେଶାଲିଷ୍ଟ), ଡା. ଏସ. ରାଣା ( ରାଡିଓଲୋଜିଷ୍ଟ ) ଓ ଡା. ସି. ପ୍ରଧାନ ( ଆନେସ୍ଥେସିଓଲୋଜିଷ୍ଟ ) ।