ଚାନ୍ଦା ଆଦାୟକୁ କେନ୍ଦ୍ର କରି ସଂଘର୍ଷ, ୬ ଆହତ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ଠାରେ ଗୁରୁବାର ସକାଳେ ଚାନ୍ଦା ଆଦାୟକୁ କେନ୍ଦ୍ର କରି ଦୁର୍ଗା ପୂଜା କମିଟିର ସଦସ୍ୟଙ୍କ ସହିତ କାଠ ବେପାରୀଙ୍କ ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷରୁ ୬ଜଣ ଉଣାଅଧିକେ ଆହତ ହୋଇଥିବାର ସୂଚନା ମିଳିଛି । ଏହି ଘଟଣାରେ ତାଳସାରୀ ମେରାଇନ୍ ଥାନା ପକ୍ଷରୁ ଗୋଟିଏ ଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗ କରିଥିବା ବେଳ ଖବର ଲେଖାକୁ ଅନ୍ୟ ଏକ ଗୋଷ୍ଠୀରେ ଥାନାରେ ଅଭିଯୋଗ କରିବାକୁ ପ୍ରସ୍ତୁତ ହେଉଛନ୍ତି । ପୋଲିସ କାଠ ବେପାରୀଙ୍କ ପ୍ରଥମ ଏତଲାକୁ ଭିତ୍ତି କରି ଏକ ମାମଲା (୫୧ ।୨୨) ରୁଜୁ କରି ପ୍ରାଥମିକ ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ, ଗୁରୁବାର ସକାଳେ କମର୍ଦ୍ଦା ଥାନା ଅଧୀନ ପୁରୁଷତ୍ତୋମପୁର ଠାରେ କାଠ ବ୍ୟବସାୟୀ ଏକ ପିକଅପ୍ ଗାଡ଼ିରେ କାଠ ବୋଝେଇ କରି ପଶ୍ଚିମବଙ୍ଗକୁ ଚାଲାଣ କରୁଥିବା ବେଳେ ଚନ୍ଦନେଶ୍ୱର ଦୁର୍ଗା ପୂଜା କମିଟିର ୫ଜଣ ସଦସ୍ୟ ଏହି ଗାଡ଼ିରୁ ଚାନ୍ଦା ଆଦାୟ ପାଇଁ ଗାଡ଼ିକୁ ଅଟକାଇଥିଲେ । କାଠ ବ୍ୟବସାୟୀ ଗାଡ଼ି ପଛରୁ ଏକ ବାଇକ୍ ଯୋଗେ ଆସି ଚାନ୍ଦା ଆଦାୟ କରୁଥିବା ନିଜ ମୋବାଇଲରେ ଭିଡ଼ିଓ କରୁଥିବା ବେଳେ ଚାନ୍ଦା ଆଦାୟକାରୀଙ୍କ ସହିତ ସଂଘର୍ଷ ଘଟିଥିଲା । ଏହି ସମୟରେ କାଠ ବୋଝେଇ ପିକଅପ୍ ଗାଡ଼ିଟି ଘଟଣାସ୍ଥଳରୁ କୌଶଳକ୍ରମେ ପଶ୍ଚିମବଙ୍ଗକୁ ଚମ୍ପଟ ମାରିଥିଲା । ଚାନ୍ଦା ଆଦାୟକାରୀମାନେ କାଠ ବ୍ୟବସାୟୀଙ୍କୁ ମାଡ଼ ମାରି ଥିବା ବେଳେ ସେ ଭୟରେ ବିଲରେ ଲୁଚି ଯାଇଥିଲେ । ପରେ କାଠ ବ୍ୟବସାୟୀ ଦୟନୀୟ ଅବସ୍ଥାରେ ତାଳସାରୀ ମେରାଇନ୍ ଥାନାରେ ଅଭିଯୋଗ କଲା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ôଚ ତଦନ୍ତ କରିଥିଲେ ।