ପୌର ନିର୍ବାଚନ ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ୩ ଦିନ ଛୁଟି
ଭୁବନେଶ୍ୱର : ପୌର ନିର୍ବାଚନ ଭୋଟ ଦେବାକୁ ମିଳିବ ଛୁଟି । ଭୋଟ ଦେବାକୁ ଚାହୁଁଥିବା ସରକାରୀ କର୍ମଚାରୀଙ୍କୁ ମିଳିବ ଛୁଟି । ଭୋଟ ପୁର୍ବ ଦିନ ,ଭୋଟ ଦିନ ଓ ଭୋଟ ପରଦିନ ୩ ଦିନ ସ୍ପେଶାଲ କାଜୁଆଲ ଲିଭ୍ ଦିଆଯିବ ।
ରାଜ୍ୟର ୩ଟି ମହାନଗର ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ସମେତ ୧୦୬ ପୌର ପରିଷଦ ପାଇଁ ଆସନ୍ତା ୨୪ ତାରିଖରେ ଭୋଟ୍ ପଡିବ । ଯାହାର ଫଳାଫଳ ମାର୍ଚ୍ଚ ୨୬ ତାରିଖରେ ଆସିବ । ଏହାପରେ ଏପ୍ରିଲ ୭ ତାରିଖରେ ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ହେବ, ଏପ୍ରିଲ ୮ ତାରିଖରେ ଡେପୁଟି ମେୟର ନିର୍ବାଚନ ହେବ । ପୌର ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି ।
ପ୍ରାର୍ଥୀମାନେ ଏବେ ଭୋଟରମାନଙ୍କ ବିଶ୍ୱାସ ଜିତିବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି ।