ଆସୁଛି ଖ୍ରୀଷ୍ଟମାସ ! ଜାଣନ୍ତୁ ଏହାସହ ଜଡିତ କିଛି ରୋଚକ କଥା ଓ କାହିଁକି ପାଳନ କରାଯାଏ
ଆସୁଛି ଖ୍ରୀଷ୍ଟମାସ । ଖ୍ରୀଷ୍ଟମାସ ପର୍ବକୁ ଆଉ ମାତ୍ର ୫ ଦିନ ବାକି ରହିଲା। ସବୁ ବର୍ଷ ୨୫ ଡିସେମ୍ବର ଦିନକୁ ବଡଦିନ ବୋଲି କୁହାଯାଏ। ଖ୍ରୀଷ୍ଟିୟାନ ଧର୍ମ ବିଶ୍ୱର ପ୍ରମୁଖ ଧର୍ମ ମଧ୍ୟରୁ ଗୋଟିଏ, ଯାହାକୁ ତାବଇନ ଇସାଇ ବୋଲି କୁହାଯାଏ। ଖ୍ରୀଷ୍ଟିୟାନରେ ବହୁତ ସମୁଦାୟ ରହିଛି, ଯେଉଁଥିରେ ଅଛି କ୍ୟାଥୋଲିକ୍, ପ୍ରୋଟେଷ୍ଟଣ୍ଟ, ଆର୍ଥଡକ୍ସ, ମାରୋନି ଆଦି। ଖ୍ରୀଷ୍ଟିୟାନ ଧର୍ମର ପ୍ରବର୍ତ୍ତକ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ରୋନମ ସାମ୍ରାଜ୍ୟରେ ଗ୍ୟାଲିଲୀ ପ୍ରାନ୍ତର ନଜରଥରେ ହୋଇଥିଲା।
ଏହି ଦିନରେ ସାଣ୍ଟା କ୍ଲଜଙ୍କର ଏକ ଅଲଗା ହିଁ ମହତ୍ତ୍ୱ ରହିଛି ଏବଂ ପିଲାମାନେ ଗିଫ୍ଟ, ଚକୋଲେଟ୍ ଏବଂ ଖେଳଣା ନେବା ପାଇଁ ସାଣ୍ଟା କ୍ଲଚକୁ ବହୁତ ପସନ୍ଦ କରିଥାନ୍ତି। ଖ୍ରୀଷ୍ଟମାସର ପର୍ବରେ କେକର ଖାସ୍ ମହତ୍ତ୍ୱ ରହିଛି ଏବଂ ଏହି ଦିନରେ ଲୋକମାନେ ଜଣେ ଜଣଙ୍କୁ କେକ ଖୁଆଇ ପର୍ବକୁ ପାଳନ କରିବାକୁ ଭଲ ପାଇଥାନ୍ତି। ଆଜି ଆମେ ଆପଣଙ୍କୁ ଖ୍ରୀଷ୍ଟମାସ ପର୍ବ ସହିତ ଜଡିତ କିଛି ଏମିତି ରୋଚକ କଥା ବିଷୟରେ ଜଣାଇବୁ ଯାହାକୁ ଆପଣ ବୋଧହୁଏ ଆଗରୁ କେବେବି ଜାଣିନଥିବେ କି ଶୁଣିନଥିବେ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦୁନିଆରେ ଖ୍ରୀଷ୍ଟମାସ ସେଲିବ୍ରେସନ ୨୫ ଡିସେମ୍ବରକୁ କରାଯାଏ କିନ୍ତୁ ଜର୍ମାନୀରେ ୨୪ ଡିସେମ୍ବରରେ ଏହି ପର୍ବକୁ ସେଲିବ୍ରେଟ କରାଯାଏ। କୁହାଯାଏ ଯେ ଯୀଶୁଖ୍ରୀଷ୍ଟଙ୍କର ଜନ୍ମର କୌଣସି ବାସ୍ତବିକ ତାରିଖର ପ୍ରମାଣ କିମ୍ବା ତଥ୍ୟ ମିଳିନାହିଁ କିନ୍ତୁ ୨୫ ଡିସେମ୍ବରରେ ଲୋକମାନେ ବହୁତ ଖୁସିରେ ଏହି ପର୍ବକୁ ପାଳନ କରନ୍ତି ଏବଂ ଏହି ଦିନରେ ଘରେ ପୂଜା ପ୍ରାର୍ଥନା ମଧ୍ୟ କରାଯାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସାଣ୍ଟା କ୍ଲଜର କାହାଣୀ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ସହିତ କୌଣସି ସମ୍ବନ୍ଧ ନାହିଁ। କିନ୍ତୁ ତାଙ୍କୁ ସମସ୍ତେ ଖ୍ରୀଷ୍ଟମାସର ପିତା ବୋଲି କୁହାଯାଏ। ଚତୁର୍ଥ ଖ୍ରୀଷ୍ଟାବ୍ଦରେ ତୁର୍କିସ୍ତାନର ମୀରା ନାମକ ସହରରେ ବିଶପ ସନ୍ତ ନିକୋଲସ୍ ନାମରେ ସାଣ୍ଟା କ୍ଲଜର ପ୍ରଚଳନ ଆରମ୍ଭ ହୋଇଥିଲା। ଏହିଦିନରେ ସେ ଗରିବ ପିଲାମାନଙ୍କୁ ଗିଫ୍ଟ ଏବଂ ମିଠା ଦେଇଥାନ୍ତି। ସେବେଠାରୁ ଏହି ଦିନରେ ସାଣ୍ଟା କ୍ଲଜଙ୍କୁ ତିଆରି କରାଯାଏ। ବ୍ରିଟେନରେ ଖ୍ରୀଷ୍ଟମାସର ପୂର୍ବଦିନକୁ ବକ୍ସିଂ ଡେ ପାଳନ କରାଯାଏ ଏବଂ ଏହାକୁ ଫିଷ୍ଟ ଅଫ୍ ସେଣ୍ଟ ଷ୍ଟିଫେନ୍ସ ମଧ୍ୟ କୁହାଯାଏ। ଖ୍ରୀଷ୍ଟମାସ ଟ୍ରୀକୁ ଖୁବ୍ ପବିତ୍ର ବୋଲି ଧରାଯାଏ ଏବଂ ୟୁଏସରେ ସବୁ ବର୍ଷ ୨୪ ଡିସେମ୍ବର ଦିନ ୧୮୫୦ରୁ ଅଧିକ ମାତ୍ରାରେ ଏହି ଟ୍ରି ବିକ୍ରି କରାଯାଏ। ଆମେରିକାରେ ପ୍ରତ୍ୟେକ ବର୍ଷ ୨୦ ହଜାରରୁ ଅଧିକ ସାଣ୍ଟା କ୍ଲଜ୍ ତିଆରି କରାଯାଏ, ଯିଏ ପିଲାମାନଙ୍କୁ ଗିଫ୍ଟସ୍ ଦିଅନ୍ତି। ଖ୍ରୀଷ୍ଟିୟାନ ମାନଙ୍କର ଗୁରୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଅଟନ୍ତି। ଯୀଶୁ ଖ୍ରୀଷ୍ଟିୟାନ ମାନଙ୍କର ପ୍ରମୁଖ ଗ୍ରନ୍ଥର ନାମ ବାଇବେଲ। ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଜେରୁସଲମ ପାଖରେ ବ୍ୟାଥଲେହମରେ ହୋଇଥିଲା। ଯୀଶୁ ଖ୍ରୀଷ୍ଟଙ୍କର ମା’ଙ୍କ ନାମ ମେରୀ ଏବଂ ପିତାଙ୍କ ନାମ ଯୋସେଫ।ଯୀଶୁଙ୍କର ପ୍ରଥମ ଦୁଇ ଶିଶୁ ଥିଲେ ପିଟର ଏବଂ ଆଣ୍ଡ୍ରୟୁ।
କାହିଁକି ପାଳନ କରାଯାଏ ଖ୍ରୀଷ୍ଟମାସ :
ଖ୍ରୀଷ୍ଟମାସ ତଥା ପବିତ୍ର ବଡଦିନରେ ଯୀଶୁଖ୍ରୀଷ୍ଟଙ୍କ ଧରାବତରଣ ଖୁସିରେ ଖ୍ରୀଷ୍ଟଧର୍ମାବଲମ୍ବୀ ମାନେ ଏହି ଦିନକୁ ବଡ ଧୂମଧାମରେ ପାଳନ କରିଥାନ୍ତି । ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଅନୁଯାୟୀ ଇଶ୍ୱରଙ୍କ ସନ୍ତାନ ରୂପେ ଜଗତର କଲ୍ୟାଣ ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ । ବେଥଲହାମ୍ ଠାରେ ମାତା ମେରିୟମ୍ ଓ ୟୁସୁଫଙ୍କ କୋଳମଣ୍ଡନ କରିଥିଲେ ପ୍ରଭୁ । ଲୋକକଥାନୁଯାୟୀ, ଦିନେ ଭବିଷ୍ୟବାଣୀ ହୋଇଥିଲା ମାତା ମେରିୟମ୍ କେଳାରୁ ଯେଉଁ ଶିଶୁ ଜନ୍ମଲାଭ କରିବ, ସେ ଦୁନିଆରୁ ସମସ୍ତ କଷ୍ଟ ଦୂରୀଭତ କରିବ । ପବିତ୍ର ଗ୍ରନ୍ଥ ବାଇବେଲରେ ପ୍ରଭୁଙ୍କ ଜନ୍ମଦିନକୁ ନେଇ ସଠିକ୍ ତାରିଖ ଉଲ୍ଲେଖ ନଥିଲେ ମଧ୍ୟ ଏହି ଦିନକୁ ସାରା ବିଶ୍ୱରେ ପ୍ରଭୁଙ୍କ ଜନ୍ମଦିନ ଭାବେ ପାଳନ କରାଯାଇଥାଏ । କୁହାଯାଏ ଯେ ୩୩୬ ଇ.ପୂର୍ବ ରେ ରୋମର ପ୍ରଥମ ଇସାଇ ସମ୍ରାଟ ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟମାସ ପାଳନ କରିଥିଲେ ଏବଂ ଏହାର କିଛି ବର୍ଷପରେ ପୋପ ଜୁଲିୟସ ଡିସେମ୍ବର ୨୫ ତାରିଖରେ ଯୀଶୁଙ୍କ ଜନ୍ମଦିନ ପାଳନ ପାଇଁ ବିଧିବିଦ୍ଧ ଭାବେ ଘୋଷଣା କରିଥିଲେ ।
କିଏ ଏହି ସାଣ୍ଟାକ୍ଲଜ :
ସାଣ୍ଟାକ୍ଲଜ ବିଷୟରେ ଅନେକ ଲୋକକଥା ରହିଛି । ଖ୍ରୀଷ୍ଟଧର୍ମାବଲମ୍ବୀ ମାନଙ୍କ ମତରେ ସନ୍ଥ ନିକୋଲାସଙ୍କୁ ହିଁ ସାଣ୍ଟାକ୍ଲଜ ଭାବେ ବର୍ଣ୍ଣିତ କରାଯାଇଛି ।
କେବେଠୁ ‘ଖ୍ରୀଷ୍ଟମାସ ଟ୍ରୀ’ର ପ୍ରଚଳନ ଆରମ୍ଭ :
ହଜାର ବର୍ଷ ପୂର୍ବେ ୟୁରୋପରେ ଖ୍ରୀଷ୍ଟମାସ ଟ୍ରୀର ପ୍ରଚଳନ ଆରମ୍ଭ ହୋଇଥିଲା । ଏହି ଖ୍ରୀଷ୍ଟମାସ ଟ୍ରୀ ପାଇଁ ଉଦ୍ଦିଷ୍ଟ ଏକ ଗଛକୁ ଭଲଭାବେ ସୁସଜ୍ଜିତ କରି ପର୍ବ ପାଳନ କରାଯାଇଥାଏ । ପରେ ପରେ ଚେରୀ ଗଛର ଡାଳକୁ କାଟି ଖ୍ରୀଷ୍ଟମାସ ଟ୍ରୀ ଭାବେ ସଜାଇ ବ୍ୟବହାର କରାଯାଏ । ଏହି ଖ୍ରୀଷ୍ଟମାସ ଟ୍ରୀରେ ରଙ୍ଗୀନ ଆଲୋକମାଳାରେ ଏବଂ ଛୋଟ ଛୋଟ ସୁନ୍ଦର ଉପହାରରେ ସଜା ଯାଇଥାଏ ।