କମିଛି ଚୀନ୍ର ଆର୍ଥିକ ବିକାଶ, ଭାରତର ପ୍ରଦର୍ଶନ ଦମ୍ଦାର : ଆଇଏମଏଫ
ନୂଆଦିଲ୍ଲୀ : ଆସନ୍ତା ଦୁଇ ବର୍ଷ ପାଇଁ ଚୀନ୍ର ଅର୍ଥନୈତିକ ଅଭିବୃଦ୍ଧିର ହ୍ରାସ ଘଟିବ। ଏନେଇ ପୂର୍ବାନୁମାନ କରିଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)। କହିଛି ଯେ ଚୀନ୍ର ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ସମସ୍ୟାର ମୂଳ କାରଣ ହେଉଛି ସ୍ୱଳ୍ପ ପୁଞ୍ଜି ବିନିଯୋଗ। ଅନ୍ୟପକ୍ଷରେ, ଆଇଏମ୍ଏଫ୍ ଅନୁମାନ କରୁଛି ଯେ ଚୀନ୍ର ପଡୋଶୀ ଭାରତ ଏହା ତୁଳନାରେ ଭଲ ପ୍ରଦର୍ଶନ କରିବ ଏବଂ ୨୦୨୪ ବର୍ଷ ଓ ଚଳିତ ବର୍ଷ ଭାରତର ଆର୍ଥିକ ଅଭିବୃଦ୍ଧି ହାର ପୂର୍ବାନୁମାନ ୬.୩ ପ୍ରତିଶତକୁ ବୃଦ୍ଧି ହେବ।
ମଙ୍ଗଳବାର ପ୍ରକାଶିତ ଆଇଏମଏଫର ଦୁଇ ବର୍ଷିଆ ଓ୍ୱାର୍ଲ୍ଡ ଇକୋନୋମିକ ଆଉଟଲୁକ୍ ରିପୋର୍ଟ ଅନୁଯାୟୀ, ଚୀନକୁ ନେଇ ଆଇଏମ୍ଏଫ୍ ଆକଳନ କରିଛି ଯେ ଚୀନ୍ର ଆର୍ଥିକ ଅଭିବୃଦ୍ଧି ଚଳିତ ବର୍ଷ ୫ ପ୍ରତିଶତ ଏବଂ ୨୦୨୪ ମସିହାରେ ୪.୨ ପ୍ରତିଶତ ହ୍ରାସ ହେବ, ଯାହା ପୂର୍ବ ଆକଳନ ତୁଳନାରେ ଯଥାକ୍ରମେ ୦.୨ ପ୍ରତିଶତ ଏବଂ ୦.୩ ପ୍ରତିଶତ ହ୍ରାସ ଘଟିବ।
IMF Growth Forecast: 2024
— IMF (@IMFNews) October 10, 2023
USA🇺🇸: 1.5%
Germany🇩🇪: 0.9%
France🇫🇷: 1.3%
Italy🇮🇹: 0.7%
Spain🇪🇸: 1.7%
Japan🇯🇵: 1.0%
Canada🇨🇦: 1.6%
China🇨🇳: 4.2%
India🇮🇳: 6.3%
Russia🇷🇺: 1.1%
Brazil🇧🇷: 1.5%
Mexico🇲🇽: 2.1%
Morocco🇲🇦: 3.6%
KSA🇸🇦: 4.0%
Nigeria🇳🇬: 3.1%
RSA🇿🇦: 1.8%https://t.co/pzLIvHg5Ln pic.twitter.com/gCpVdsy8g5
ଆଇଏମ୍ଏଫ୍ ମୁଖ୍ୟ ଅର୍ଥନୀତିଜ୍ଞ ପିଆର-ଅଲିଭିଆର୍ ଗୋରିଞ୍ଚସ୍ ଏଫପି ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି: ଚୀନରେ ଏହି କ୍ଷେତ୍ରରେ ଆତ୍ମବିଶ୍ୱାସକୁ ପୁନଃସ୍ଥାପିତ କରିବା ପାଇଁ ସରକାରଙ୍କ ଦ୍ୱାରା ଶକ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ଏବଂ ଯାହାଦ୍ୱାରା ନିମ୍ନ ଅଭିବୃଦ୍ଧିର ପୂର୍ବାନୁମାନକୁ ପରିବର୍ତ୍ତନ କରାଯାଇପାରିବ। ମଧ୍ୟ ପ୍ରାଚ୍ୟ ତଥା ମଧ୍ୟ ଏସିଆ ପାଇଁ ଅଭିବୃଦ୍ଧି ହାର ପୂର୍ବାନୁମାନରେ ହ୍ରାସ ୨.୦ ପ୍ରତିଶତକୁ ହ୍ରାସ ଘଟିବ।