ଆଜି ଭୂପୃଷ୍ଠରେ ମାଡ଼ ହୋଇପାରେ ଚୀନ ରକେଟ୍ ଲଙ୍ଗ୍ ମାର୍ଚ୍ଚ ୫ବି!
ୱାଶିଂଟନ୍ : ମହାକାଶରେ ନିୟନ୍ତ୍ରଣ ବାହାରକୁ ଚାଲିଯ଼ାଇଥିବା ଚୀନ ରକେଟ୍ ଲଙ୍ଗ୍ ମାର୍ଚ୍ଚ ୫ବି ରବିବାର ସକାଳେ ଭୂପୃଷ୍ଠରେ ମାଡ଼ ହେବାର ସମ୍ଭାବନା ରହିଛି ବୋଲି ଆମେରିକାର ଏକ ମହାକାଶ ଗବେଷଣା ସଂସ୍ଥା କହିଛି । ଆମେରିକାର ଏରୋସ୍ପେଶ କର୍ପୋରେସନର ପୂର୍ବାନୁମାନ ଅନୁସାରେ ଏହି ରକେଟ ରବିବାର ସକାଳ ୩.୨୨ ଜିଏମଟି (ଭାରତୀୟ ସମୟ ସକାଳ ୯ଟା ) ବେଳେ ନ୍ୟୁଜିଲାଣ୍ଡର ଉତ୍ତର ଦ୍ୱୀପ ନିକଟରେ ପୃଥିବୀ ଛୁଇଁବାର ସମ୍ଭାବନା ରହିଛି । ତେବେ ଏହି ସମୟ ୪ ଘଣ୍ଟା ପର୍ଯ୍ୟନ୍ତ ଆଗକୁ କିମ୍ବା ପଛକୁ ହୋଇପାରେ । ରିପୋର୍ଟରେ କୁହାଯ଼ାଇଛି ଯେ଼ ଏହା ଶେଷ ମୂହୂର୍ତ୍ତରେ ଗତିପଥ ବଦଳାଇ ପୃଥିବୀର ଅନ୍ୟସ୍ଥାନରେ ମଧ୍ୟ ମାଡ଼ ହେବାର ସମ୍ଭାବନା ରହିଛି । ଅବଶ୍ୟ ଏହି ରକେଟଟି ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଏହି ରକେଟର ଅଧିକାଂଶ ଅଂଶ ଜଳିଯ଼ିବାର ସମ୍ଭାବନା ରହିଛି । କିନ୍ତୁ ଭୂପୃଷ୍ଠରେ ପହଞ୍ଚିବାବେଳକୁ ଏହାର କିଛି ଅଂଶ ରହିଯ଼ିବାର ଆଶଙ୍କା ଥିବାବେଳେ ଏହି ଅବଶିଷ୍ଟ ଅଂଶ ବି ବ୍ୟାପକ କ୍ଷତି କରିବାର ସମ୍ଭାବନା ରହିଛି । ଚୀନର ନୂଆ ମହାକାଶ କେନ୍ଦ୍ରରୁ ଲଙ୍ଗ୍ ମାର୍ଚ୍ଚ ୫ବି ନାମକ ଏହି ରକେଟକୁ ଗତ ସପ୍ତାହରେ ଉତକ୍ଷେପଣ କରାଯ଼ାଇଥିଲା । ତେବେ ଉତକ୍ଷେପଣର କିଛି ଘଣ୍ଟା ପରେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯ଼ାଇଥିଲା ।