ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ସି ଜିନପିଙ୍ଗ !
ନୂଆଦିଲ୍ଲୀ: ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ସି ଜିନ ପିଙ୍ଗ ! ଚୀନର ଜନସାଧାରଣ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଉପରେ ରାଗିକି ଅଛନ୍ତି । ଯେଉଁଥିପାଇଁ ସେ ଇସ୍ତଫା ଦେବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଯେ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସେରିବ୍ରାଲ ଏନ୍ୟୁରିଜିମ୍ ରୋଗରେ ଆକ୍ରାନ୍ତ ଅଛନ୍ତି । ଏହି ରୋଗରେ ସେ ଦୀର୍ଘ ଦିନ ହେବ ଆକ୍ରାନ୍ତ ହୋଇ ରହିଛନ୍ତି । ଏଥିସହ ଚୀନରେ ଜିରୋ କୋଭିଡ୍ ମୁକାବିଲା ଏବଂ ଅର୍ଥନୀତି ପରିଚାଳନାରେ ବିଫଳ ହେବା ପରେ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଚୀନରେ ଏବେ କରୋନା ବିସ୍ଫୋରକ ସ୍ଥିତି । ଅନେକ ସ୍ଥାନରେ ଲକଡାଉନ ଲାଗୁ କରାଯାଇଛି । କରୋନା ମୁକାବିଲା ପାଇଁ ଚୀନ ରାଷ୍ଟ୍ରପତି ଜିରୋ କୋଭିଡ୍ ପଲିସି ନୀତି ଆପଣାଇଥିଲେ । କିନ୍ତୁ ତାହା କାମ ଦେଲାନାହିଁ । ବରଂ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଫଳରେ ରାଷ୍ଟ୍ରପତିଙ୍କୁ ଲୋକଙ୍କ ଆକ୍ରୋଶ ସହିତ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।