ଚିଲି ସୋୟା
ସାମଗ୍ରୀ:
ସୋୟା ବଡି ୨୦୦ଗ୍ରାମ୍, ପିଆଜ ୨ଟା, କଞ୍ଚାଲଙ୍କା ୨ଟା, ରସୁଣ ଛଅ ପାଖୁଡା, କ୍ୟାପସିକମ୍ ୧ଟି, ସୋୟା ସସ୍ ୨ ଚାମଚ, ଚିଲି ସସ୍ ୨ ଚାମଚ, କର୍ଣ୍ଣଫ୍ଲୋର ୨ ଚାମଚ, ଅଣ୍ଡା ୧ଟି, ଭିନେଗାର ୧ ଚାମଚ, ଗୋଲମରିଚ ଗୁଣ୍ଡ ୨ ଚାମଚ, ଲୁଣ ସ୍ୱାଦ ଅନୁସାରେ, ଛାଣିବା ପାଇଁ ତେଲ।
ପ୍ରସ୍ତୁତି:
ଗରମ ପାଣିରେ ଅଳ୍ପ ଲୁଣ ପକାଇ ସୋୟା ବଡି ବତୁରାଇ ରଖନ୍ତୁ । ବତୁରି ଗଲେ ଚିପୁଡି ଅଲଗା ରଖନ୍ତୁ । ଏହାପରେ ସେଥିରେ ୧ ଚାମଚ କର୍ଣ୍ଣଫ୍ଲୋର, ଅଧ ଚାମଚ ଭିନେଗାର, ଅଣ୍ଡା, ୧ଚାମଚ ସୋୟା ସସ୍, ୧ ଚାମଚ ଚିଲି ସସ୍ ଏବଂ ସ୍ୱାଦ ଅନୁସାରେ ଲୁଣ ମିଶାଇ ଭଲ କରି ଗୋଳାଇ ଅଧଘଣ୍ଟା ରଖିଦିଅନ୍ତୁ । ଏହି ସମୟ ମଧ୍ୟରେ ପିଆଜ, କ୍ୟାପସିକମ, କଞ୍ଚାଲଙ୍କା, ରସୁଣକୁ ଚୁନା ଚୁନା କରି କାଟନ୍ତୁ । ଏହାପରେ କଡେଇରେ ତେଲ ଗରମ କରି ସୋୟା ବଡିଗୁଡିକୁ ଟିକେ ଭାଜି ଅଲଗା ରଖନ୍ତୁ । ଏହାପରେ କଡେଇରେ ଆଉ ଟିକେ ତେଲ ପକାଇ ପିଆଜ ଭାଜନ୍ତୁ । ପିଆଜର ରଙ୍ଗ ବାଦାମି ହୋଇଆସିଲେ କଟା ରସୁଣ, କଞ୍ଚାଲଙ୍କା ଓ ଗୋଲମରିଚ ଗୁଣ୍ଡ ମିଶାନ୍ତୁ । ଏଥର ସେଥିରେ କଟା କ୍ୟାପସିକମ୍ ମିଶାଇ ଭାଜନ୍ତୁ । ଏହାପରେ ବଳକା ସସ୍ ମିଶାଇ ଗୋଳାନ୍ତୁ । ଏଥର ବାକି କର୍ଣ୍ଣଫ୍ଲୋରରେ ଟିକେ ପାଣି ମିଶାଇ ମସଲାରେ ମିଶାନ୍ତୁ । ଆଞ୍ଚ କମ କରି ଘାଣ୍ଟନ୍ତୁ । ଏହାପରେ ସେଥିରେ ଭଜା ହୋଇଥିବା ସୋୟା ବଡି ମିଶାଇ ଭଲ କରି ମିଶାନ୍ତୁ । ଶୁଖା ଶୁଖା ହୋଇଆସିଲେ ଆଞ୍ଚ ବନ୍ଦ କରନ୍ତୁ ।