ନଭେମ୍ବର ୧୨ରୁ ରେକୀ ମିଶନ ପକ୍ଷରୁ ଶିଶୁମେଳା
କଟକ : ଆସନ୍ତା ନଭେମ୍ବର ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରେକୀ ମିଶନ ଓ ଆରଏମ ସ୍କୁଲ ପକ୍ଷରୁ ଶିଶୁ ମେଳା ଅନୁଷ୍ଠିତ ହେବ । ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରେକୀ ମିଶନର ଗୁରୁ ଶ୍ରୀସନ୍ଥ ସୂଚନା ଦେଇ କହିଥିଲେ ଯେ, ଦ୍ୱିତୀୟ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଏହି କାର୍ଯ୍ୟକ୍ରମରେ ନାଚ, ଗୀତ, ଚିତ୍ରାଙ୍କନ, ଗଳ୍ପ ଲିଖନ ଓ ବକ୍ତୃତା ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ସାରା ଓଡିଶାର ସମସ୍ତ ସ୍କୁଲର ପିଲାମାନଙ୍କ ପାଇଁ ଏହି ପ୍ରତିଯୋଗିତା କରାଯାଉଛି । ସମାପନ ଉତ୍ସବରେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ସନ୍ଥ ସୂଚନା ଦେଇଛନ୍ତି ।