ଚାଇଲ୍ଡ ପର୍ଣ୍ଣ ର୍ୟାକେଟ୍ ମାମଲା : ତିନି ଜିଲ୍ଲାରେ ସିବିଆଇ ଚଢାଉ, ୮ ସିବିଆଇ ଅଧିକାରୀଙ୍କୁ ମାଡ଼
ଭୁବନେଶ୍ୱର : ସାମାଜିକ ଗଣମାଧ୍ୟମରେ ଶିଶୁ ମାନଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରି ଶୋଷଣ କରୁଥିବା ଅଭିଯୋଗରେ ସିବିଆଇ ଆଜି ରାଜ୍ୟର ୩ଟି ଜିଲ୍ଲାର ୩ଟି ସ୍ଥାନରେ ଅତର୍କିତ ଭାବେ ଚଢ଼ଉ କରିଛି । ସିବିଆଇର ୫ ଜଣିଆ ଟିମ୍ଭଦ୍ରକ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ ଚଢ଼ଉ କରିଛନ୍ତି । ସିବିଆଇର ଅଧିକାରୀମାନେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିଛନ୍ତି । ମିଳିଥିବା ସୂଚନା ଅନୁସା ଆଜି ଅପରାହ୍ନରେ ସିବିଆଇ ଭ୍ରଦକ ଜିଲ୍ଲା ଆଗରପଡ଼ା ଥାନା ଅନ୍ତର୍ଗତ ବିନାୟକପୁର ଗ୍ରାମର ଅଟୋ ଚାଳକ ମନୋଜ ଦାସଙ୍କ ଘରେ ଚଢ଼ଉ କରିଛି । ସାମାଜିକ ଗଣମାଧ୍ୟମରେ ଶିଶୁ ମାନଙ୍କ ଅଶ୍ଳିଳ ଫଟୋ ଭାଇରାଲ୍ କରି ଶୋଷଣ କରୁଥିବା ଅଭିଯୋଗରେ ମନୋଜ ଦାସଙ୍କ ସଂପୃକ୍ତି ଥିବା ଅଭିଯୋଗରେ ଚଢ଼ଉ ଚାଲିଛି । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୋଳେଇପୁର ପଂଚାୟତର କେଉଟଲଗୁଆ ଗାଁରେ ସିବିଆଇ ଟିମର ଚଢଉ ହୋଇଛି । କେଉଟନଗୁଆ ଗାଁର ଅନିଲ ମାଝୀଙ୍କ ଘର ଉପରେ ଚଢ଼ାଉ ଜାରି ରହିଛି । ଚଢଉ ଦଳରେ ସାମିଲ ଥିବା ଅଧିକାରୀ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ତେବେ ଶିଶୁ ଯୌନ ଶୋଷଣ ଅଭିଯୋଗରେ ଏହି ଚଢାଉ ଚାଲିଥିବା ସୂତ୍ରରୁ ପ୍ରକାଶ । ସେହିପରି ଢେଙ୍କାନାଳ ଜିଲ୍ଳା ମିଥୁନ ନାଏକଙ୍କ ଘରେ ସିବିଆଇ ଚଢ଼ଉ କରିଛି । ସୂଚନାଯୋଗ୍ୟ, ଉପରୋକ୍ତ ୩ ଜଣ ବ୍ୟକ୍ତିଙ୍କ ନାଁରେ ଶିଶୁମାନଙ୍କ ବିରୋଧରେ ଯେ?ନ ଶୋଷଣ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଏହି କ୍ରମରେ ସିବିଆଇ ଟିମ୍ ଆଜି ଅତର୍କିତ ଭାବେ ଚଢ଼ଉ କରିଛନ୍ତି । ଓଡ଼ିଶା ସମେତ ଦେଶର ୭୬ଟି ସ୍ଥାନରେ ସିବିଆଇ ଚଢ଼ଉ ଜାରି ରଖିଛି ।
ସାମାଜିକ ଗଣମାଧ୍ୟମରେ ଶିଶୁ ମାନଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରି ଶୋଷଣ କରୁଥିବା ଅଭିଯୋଗରେ ସିବିଆଇ ଆଜି ରାଜ୍ୟର ୩ଟି ଜିଲ୍ଲାର ୩ଟି ସ୍ଥାନରେ ଅତର୍କିତ ଭାବେ ଚଢ଼ଉ କରିଛି । ସିବିଆଇର ୫ ଜଣିଆ ଟିମ୍ଭଦ୍ରକ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ ଚଢ଼ଉ କରିଛନ୍ତି । ସିବିଆଇର ଅଧିକାରୀମାନେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିଛନ୍ତି । ମିଳିଥିବା ସୂଚନା ଅନୁସା ଆଜି ଅପରାହ୍ନରେ ସିବିଆଇ ଭ୍ରଦକ ଜିଲ୍ଲା ଆଗରପଡ଼ା ଥାନା ଅନ୍ତର୍ଗତ ବିନାୟକପୁର ଗ୍ରାମର ଅଟୋ ଚାଳକ ମନୋଜ ଦାସଙ୍କ ଘରେ ଚଢ଼ଉ କରିଛି । ସାମାଜିକ ଗଣମାଧ୍ୟମରେ ଶିଶୁ ମାନଙ୍କ ଅଶ୍ଳିଳ ଫଟୋ ଭାଇରାଲ୍ କରି ଶୋଷଣ କରୁଥିବା ଅଭିଯୋଗରେ ମନୋଜ ଦାସଙ୍କ ସଂପୃକ୍ତି ଥିବା ଅଭିଯୋଗରେ ଚଢ଼ଉ ଚାଲିଛି । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୋଳେଇପୁର ପଂଚାୟତର କେଉଟଲଗୁଆ ଗାଁରେ ସିବିଆଇ ଟିମର ଚଢଉ ହୋଇଛି । କେଉଟନଗୁଆ ଗାଁର ଅନିଲ ମାଝୀଙ୍କ ଘର ଉପରେ ଚଢ଼ାଉ ଜାରି ରହିଛି । ଚଢଉ ଦଳରେ ସାମିଲ ଥିବା ଅଧିକାରୀ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ତେବେ ଶିଶୁ ଯୌନ ଶୋଷଣ ଅଭିଯୋଗରେ ଏହି ଚଢାଉ ଚାଲିଥିବା ସୂତ୍ରରୁ ପ୍ରକାଶ । ସେହିପରି ଢେଙ୍କାନାଳ ଜିଲ୍ଳା ମିଥୁନ ନାଏକଙ୍କ ଘରେ ସିବିଆଇ ଚଢ଼ଉ କରିଛି । ସୂଚନାଯୋଗ୍ୟ, ଉପରୋକ୍ତ ୩ ଜଣ ବ୍ୟକ୍ତିଙ୍କ ନାଁରେ ଶିଶୁମାନଙ୍କ ବିରୋଧରେ ଯେ?ନ ଶୋଷଣ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଏହି କ୍ରମରେ ସିବିଆଇ ଟିମ୍ ଆଜି ଅତର୍କିତ ଭାବେ ଚଢ଼ଉ କରିଛନ୍ତି । ଓଡ଼ିଶା ସମେତ ଦେଶର ୭୬ଟି ସ୍ଥାନରେ ସିବିଆଇ ଚଢ଼ଉ ଜାରି ରଖିଛି ।