ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା : ଓଡ଼ିଶା ପ୍ରତି ଅନ୍ୟାୟ ହୋଇଛି
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ଜାରି କରି ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।
କେନ୍ଦ୍ରର ବଜେଟରେ ଟେକ୍ନୋଲୋଜି ଓ ଭିତ୍ତିଭୂମିକୁ ଦିଆଯାଇଥିବା ଫୋକସକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ମହାମାରୀ ସମୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିକାଶରେ ସହାୟକ ହେବ । ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବ୍ୟୟବରାଦ ହ୍ରାସ କରାଯାଇଛି । କିନ୍ତୁ ବଜେଟରେ ମଧ୍ୟବିତ୍ତ ଲୋକଙ୍କ ପାଇଁ ବିଶେଷ କିଛି ନାହିଁ । କୃଷି ଓ କୃଷକଙ୍କ ବିକାଶ, ଉଚ୍ଚଶିକ୍ଷା ଓ ଗ୍ରାମ୍ୟ ଉନ୍ନୟନରେ ବ୍ୟୟବରାଦ ହ୍ରାସ ହୋଇଛି । ମହାମାରୀ ସମୟରେ ବ୍ୟୟବରାଦ ହ୍ରାସ ବିକାଶ ଉପରେ ପ୍ରଭାବ ପକାଇବ । ମନରେଗାରେ ବ୍ୟୟବରାଦ ହ୍ରାସ ଯୋଗୁ ଗରିବ ଲୋକେ ପ୍ରଭାବିତ ହେବେ । ବଜେଟରେ ଦରଦାମ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇ ନାହିଁ । ଏଲପିଜି ସବସିଡି କମିଥିବାରୁ ମହିଳା ଓ ଗୃହ ଅର୍ଥନୀତି ପ୍ରଭାବିତ ହେବ । ଗ୍ରାମ୍ୟ ଗୃହ ଯୋଜନାରେ ଓଡ଼ିଶାକୁ ଅବହେଳା ଆମକୁ ବ୍ୟଥିତ କରିଛି । ଓଡ଼ିଶା ପ୍ରତି ହୋଇଥିବା ଅନ୍ୟାୟକୁ ସମାଧାନ କରାଯାଉ ।