ବାଲେଶ୍ୱରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
୧୫୫୨.୯୬ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ
ବାଲେଶ୍ୱର : ସ୍ୱାସ୍ଥ୍ୟ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ପରିବାରର କେହି ଅସୁସ୍ଥ ହେଲେ ଏହା ଆମକୁ ଚିନ୍ତାଗ୍ରସ୍ତ କରିଥାଏ । ଗରିବ ଲୋକଙ୍କ ଆର୍ଥିକ ସ୍ଥିତିକୁ ଏହା ଦୁର୍ବଳ କରିଥାଏ । ସେମାନଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ । ସେମାନଙ୍କ ସୁସ୍ଥ ଜୀବନ ପାଇଁ କାର୍ଯ୍ୟକାରୀ ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଆଜି ବାଲେଶ୍ୱର ଗସ୍ତରେ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିବା ସହ ପ୍ରାୟ ୧୫୫୩କୋଟି ଟଙ୍କା ମୂଲ୍ୟର ୧୮୬ ଗୋଟି ପ୍ରକଳ୍ପର ଶୁଭ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ସ୍ଥାନୀୟ ରିଜର୍ଭ ପୁଲିସ ପଡିଆରେ ଅବତରଣ କରିବା ପରେ ସିଧାସଳଖ ସଭାସ୍ଥଳକୁ ଯାଇଥିଲେ । ସଭାରେ ଉଦବୋଧନ ଦେଇ ସେ କହିଥିଲେ ଯେ ବାଲେଶ୍ୱର ମାଟି ହେଉଛି ଓଡିଆ ଭାଷା ଓ ସାହିତ୍ୟର ଦୁଇ ମହାରଥି ବ୍ୟାସକବି ଫକୀରମୋହନ ଓ କବିବର ରାଧାନାଥ ରାୟଙ୍କ ପବିତ୍ର ଭୂମି । ଧାନ, ପାନ ଓ ମୀନ ପାଇଁ ଜଣାଶୁଣା ବାଲେଶ୍ୱର ଜିଲ୍ଲା କୃଷି, ଶିଳ୍ପ, ଟୁରିଜିମ ସବୁଥିରେ ଆଗୁଆ । ଜିଲ୍ଲାରେ ମିଶନ ଶକ୍ତି ଯୋଜନାରେ ଅନ୍ତର୍ଭୁକ୍ତ ମହିଳାମାନେ ମାଛ ଚାଷରେ ସାମିଲ ହୋଇଛନ୍ତି । ସରକାରଙ୍କ ପକ୍ଷରୁ ମିଶନ ଶକ୍ତିରେ ମହିଳାମାନଙ୍କୁ ଅଧିକ ଦାୟିତ୍ୱ ଦେବାକୁ ନିଷ୍ପତି ନିଆଯାଇଛି । ମାଛ ଉତ୍ପାଦନରେ ଜାତୀୟସ୍ତରରେ ବାଲେଶ୍ୱର ସମ୍ମାନ ପାଇଥବାରୁ ମସ୍ତ୍ର୍ୟଜୀବୀଙ୍କ ସୁବିଧା ପାଇଁ ବସ୍ତାରେ ୫୦ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ୨୦ଏକର ଜମିରେ ଏକ ବଡ଼ ହୋଲସେଲ ମାଛ ମାର୍କେଟ ପ୍ରତିଷ୍ଠା ହେବ । ଏହାଦ୍ୱାରା କେବଳ ବାଲେଶ୍ୱର ନୁହେଁ, ଜଗତସିଂହପୁର ଓ କେନ୍ଦ୍ରପଡ଼ା ଜିଲ୍ଲାର ମସ୍ତ୍ର୍ୟଜୀବୀମାନେ ଉପକୃତ ହେବେ । ଜିଲ୍ଲାର ୬ଟି ବ୍ଲକରେ ୯୦୦କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମେଗା ପାଇପ୍ ପାଣି ପ୍ରକଳ୍ପ ଖୁବଶୀଘ୍ର ଆରମ୍ଭ ହେବ । ଏଥିରେ ୬୬୦ଟି ଗାଁର ସାଢ଼େ ୬ଲକ୍ଷ ଲୋକ ଉପକୃତ ହେବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟରେ ୯୬ଲକ୍ଷ ପରିବାରର ସାଢ଼େ ୩କୋଟି ଲୋକ ସ୍ମାର୍ଟ କାର୍ଡ ମା୍ମମରେ ଉନ୍ନତ ସ୍ୱାସ୍ଥ୍ୟ ସେବାର ସୁବିଧା ପାଇବେ । ବାଲେଶ୍ୱର ଜିଲ୍ଲାର ପ୍ରାୟ ୨୦ ଲକ୍ଷ ଲୋକ ଏଥିରେ ଉପକୃତ ହେବେ । ଏହି ନୂଆ ବ୍ୟବସ୍ଥାରେ ହିତାଧିକାରୀମାନଙ୍କୁ ହସପିଟାଲରେ କିଛି ଡକ୍ୟୁମେଂଟ ଦେବା ଦରକାର ପଡିବ ନାହିଁ । କେବଳ ଏହି ସ୍ମାର୍ଟ ହେଲଥ୍ କାର୍ଡ ମାଧ୍ୟମରେ ଦେଶର ୨୦୦ରୁ ଅଧିକ ବଡ ହସ୍ପିଟାଲରେ ହିତାଧିକାରୀମାନେ ଉନ୍ନତମାନର ଚିକିତ୍ସା ସେବା ପାଇପାରିବେ । ପରିବାର ପାଇଁ ୫ ଲକ୍ଷ ଏବଂ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ମାଇଲଖୁଂଟଣ୍ଟ ଭାବେ ସାବ୍ୟସ୍ତ ହୋଇଛି ବୋଲି ବାଲେଶ୍ୱର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଉଦବୋଧନରେ କହିଛନ୍ତି । ଅନୁରୂପ ଭାବେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସମ୍ପ୍ରତି ଡାଇଲିସିସ, କେମୋଥେରାପି, ସିଟି ସ୍କାନ, ଏମଆରଆଇ ଏବଂ ବିଭିନ୍ନ ପାଥୋଲୋଜିକାଲ ଟେଷ୍ଟର ସୁବିଧା ପ୍ରଦାନ କରାଯାଉଥିବା ସେ ପ୍ରକାଶ କରିଥିଲେ ।
ଏହି ଅବସରରେ ସଭାରେ ଉପସ୍ଥିତ ୮ଜଣ ହିତାଧିକାରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସିଧାସଳଖ ସ୍ମାର୍ଟ କାର୍ଡ ପ୍ରଦାନ କରିଥିଲେ । ଏହା ସହିତ ବାଲେଶ୍ୱରବାସୀଙ୍କୁ ପ୍ରାୟ ୧୫୫୩ କୋଟି ଟଙ୍କାର ଭେଟି ଦେଇଥିଲେ । ଏଥିରେ ସେ ୩୬୬.୮୯ କୋଟି ଟଙ୍କା ଖର୍ଚ୍ଚରେ ସମ୍ପୂର୍ଣ୍ଣ ହୋଇଥିବା ୭୭ଟି ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ୧୧୮୬.୦୭ କୋଟି ଟଙ୍କା ବ୍ୟୟ ଅଟକଳରେ ୧୦୯ଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଉଦଘାଟିତ ହୋଇଥିବା ପ୍ରକଳ୍ପ ମ୍ମରେ ସଡକ, ଗୃହ ନିର୍ମାଣ ଓ ବ୍ରିଜ୍ ନିର୍ମାଣରେ ୧୯୮.୧୮ କୋଟି ଟଙ୍କାର ୨୯ଟି, ୧୨.୦୮ କୋଟି ଟଙ୍କା ଖର୍ଚ୍ଚରେ ସ୍ୱାସ୍ଥ୍ୟ ବିଭାଗର ୮ଟି, ଶିକ୍ଷା ବିଭାଗର ୩୭.୬୩କୋଟି ଟଙ୍କାର ୧୨ଟି, ଗ୍ରାମ୍ୟ ପାଇପ ଜଳ ଯୋଗାଣ ପାଇଁ ୮୫.୭୮ କୋଟି ଟଂକାର ୮ଟି, ସହର ବିକାଶ ପାଇଁ ୫.୨୯ କୋଟି ଟଙ୍କାର ୯ଟି, ଶକ୍ତି ବିଭାଗର ୧୪.୨୬ କୋଟି ଟଙ୍କାର ୩ଟି, ୧୧.୮୭କୋଟି ଟଙ୍କା ଖର୍ଚ୍ଚରେ ପର୍ଯ୍ୟଟନ ବିଭାଗର ୭ଟି, ୧.୮୦କୋଟି ଟଙ୍କା ଖର୍ଚ୍ଚରେ ଗୃହ ବିଭାଗର ଗୋଟିଏ ପ୍ରକଳ୍ପ ଉଦଘାଟିତ ହୋଇଥିଲା । ସେହିପରି ସଡକ, ଗୃହ ନିର୍ମାଣ ଓ ବ୍ରିଜ୍ ନିର୍ମାଣରେ ୩୦୦.୩୫ କୋଟି ଟଙ୍କାର ୬୨ଟି, ସ୍ୱାସ୍ଥ୍ୟ ବିଭାଗର ୧୫.୨୯ କୋଟି ଟଙ୍କା ଖର୍ଚ୍ଚରେ ୨ଟି, ୨୭.୬୩କୋଟି ଟଙ୍କା ଖର୍ଚ୍ଚରେ ଶିକ୍ଷା ବିଭାଗର ୪ଟି, ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ୭୫୩.୩୨ କୋଟି ଟଙ୍କା ଖର୍ଚ୍ଚରେ ୧୪ଟି, ସହର ବିକାଶ ପାଇଁ ୧୩.୩୯ କୋଟି ଟଙ୍କାର ୭ଟି, କ୍ରୀଡା ଭିତିିଭୂମି ବିକାଶ ପାଇଁ ୨୮.୨୯କୋଟି ଟଙ୍କାର ୪ଟି, ୩୯.୨୬ କୋଟି ଟଙ୍କା ଖର୍ଚ୍ଚରେ ଜଳ ସମ୍ପଦ ବିଭାଗର ୧୩ଟି ଓ ପର୍ଯ୍ୟଟନ ବିକାଶ ପାଇଁ ୮.୫୪ କୋଟି ଟଙ୍କାର ୩ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶୁଭ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ବିଜୁ ସ୍ୱାସ୍ଥ୍ୟ ରଥର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲା ।
ପ୍ରାରମ୍ଭରେ ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ ସ୍ୱାଗତ ଅଭିଭାଷଣ ଦେଇ ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏଥି ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସେ କହିଥିଲେ । ମାନ୍ୟବର ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ନିଜ ବକ୍ତବ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ଯୋଜନା ଆମେରିକା ଭଳି ଉନ୍ନତ ଦେଶରେ ମଧ୍ୟ ବିରଳ ବୋଲି କହିଥିଲେ । ବିଭିନ୍ନ ଜନକଲ୍ୟାଣକାରୀ ଓ ବିକାଶମୂଳକ ଯୋଜନା ଜରିଆରେ ଜିଲ୍ଲା ତଥା ରାଜ୍ୟର ବିକାଶକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତ୍ୱରାନ୍ୱିତ କରିପାରିଥିବା ସେ ଉଲ୍ଲେଖ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ ମଂଚାସୀନ ଥିବା ବେଳେଞ୍ଚକାର୍ଯ୍ୟକ୍ରମ ଶେଷରେ ମାନ୍ୟବର ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଆକାଶ ଦାସ ନାୟକ ଓ ସୁଲତା ଦେଓ ଏଥିରେ ମଂଚଞ୍ଚପରିଚାଳନା କରିଥିଲେ । ମାନ୍ୟବର ଭୋଗରାଇ ବିଧାୟକ ଶ୍ରୀ ଅନନ୍ତ ଦାସ, ମାନ୍ୟବର ଜଳେଶ୍ୱର ବିଧାୟକ ଶ୍ରୀ ଅଶ୍ୱିନୀ ପାତ୍ର, ମାନ୍ୟବର ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା, ମାନ୍ୟବର ସୋର ବିଧାୟକ ଶ୍ରୀ ପର୍ଶୁରାମ ଧଡା, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନିବେଦିତା ମହାନ୍ତି, ପୂର୍ବତନ ବାଲେଶ୍ୱର ଲୋକସଭା ସାଂସଦ ଶ୍ରୀ ରବୀନ୍ଦ୍ର ଜେନାଙ୍କ ସମେତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବେଳେ ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ଜିଲ୍ଲାର ସମସ୍ତ ବିରଷ୍ଠ ଅଧିକାରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।