ଓମିକ୍ରନକୁ ‘ସାଇଲେଣ୍ଟ କିଲର’ କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ: କରୋନା ତୃତୀୟ ଲହରରେ ଓମିକ୍ରନ୍ ଭ୍ୟାରିଏଣ୍ଟ ଲକ୍ଷାଧିକ ଲୋକଙ୍କୁ ସଂକ୍ରମିତ କରିଥିଲା । ଏବେ ଧୀରେ ଧୀରେ ସ୍ଥିତି ସୁଧାରିବାରେ ଲାଗିଛି । ଇତିମଧ୍ୟରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନବୀ ରମଣ କହିଛନ୍ତି ଯେ, କରୋନା ସଂକ୍ରମଣର ଓମିକ୍ରନ୍ ଭ୍ୟାରିଏଣ୍ଟ ହେଉଛି ‘ସାଇଲେଣ୍ଟ କିଲର ।’ ଏହାର ସଂକ୍ରମଣରୁ ଭଲ ହେବା ପାଇଁ ଅଧିକ ସମୟ ଲାଗୁଛି । ବରିଷ୍ଠ ଓକିଲ ବିକାଶ ସିଂହ ଯେତେବେଳେ କୋର୍ଟରେ ଶୁଣାଣୀ ସମୟରେ ସମସ୍ତେ ଉପସ୍ଥିତ ରହିବାକୁ ଅନୁରୋଧ କରିଥିଲେ ସେହି ସମୟରେ ମୁଖ୍ୟ ବିଚାରପତି ଏଭଳି ମନ୍ତବ୍ୟ ଦେଇଛନ୍ତି ।
ଓକିଲ ବିକାଶ ସିଂହ କହିଥିଲେ ଯେ, ଓମିକ୍ରନ ଭ୍ୟାରିଏଣ୍ଟ ପୂର୍ବ ତୁଳନାରେ ଏକ ହାଲୁକା ସ୍ୱରୂପ । ଏହା ଉପରେ ମୁଖ୍ୟ ବିଚରାପତି ଏନବୀ ରମଣ କହିଥିଲେ ଯେ, ସେ ପ୍ରଥମ ଲହର ସମୟରେ ୪ ଦିନରେ ସୁସ୍ଥ ହୋଇଥିଲେ କିନ୍ତୁ ତୃତୀୟ ଲହରରେ ସୁସ୍ଥ ହେବା ପାଇଁ ଅଧିକ ସମୟ ଲାଗିଲା ।