ତିହାର ଜେଲ୍କୁ ଫେରିଲା କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟାର ଛୋଟା ରାଜନ୍
ନୂଆଦିଲ୍ଲୀ : କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟାର ଛୋଟା ରାଜନ୍ ପୁଣି ତିହାର ଜେଲ୍କୁ ଫେରିଛି । ଗ୍ୟାଙ୍ଗ୍ଷ୍ଟାର ରାଜନ୍ କୋଭିଡ୍ ଟେଷ୍ଟ ପରେ ପଜିଟିଭ୍ ହୋଇଥିଲା । ଏହି କାରଣରୁ ତାକୁ ଚିକିତ୍ସା ପାଇଁ ଏମ୍ସ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା ।
ସୂଚନା ଯେ, ରାଜନ୍ ତିହାର ଜେଲ୍ରେ ଥିବା ସମୟରେ ଏପ୍ରିଲ୍ ୨୨ ତାରିଖରେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ପରେ ଏପ୍ରିଲ୍ ୨୪ ତାରିଖରେ ତାକୁ All India Institute of Medical Sciences (AIIMS) ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏବେ ସେ କରୋନା ମୁକ୍ତ ହୋଇଥିବା ଡାକ୍ତର କହିଛନ୍ତି । ଜଣେ ଉପରିସ୍ଥ ପୋଲିସ୍ ଅଧିକାରୀଙ୍କ ସୂଚନା ମୁତାବକ ରାଜନ୍କୁ ପୁଣି ଥରେ ତିହାର ଜେଲ୍କୁ ଅଣାଯାଇଛି । ଗତ ଶୁକ୍ରବାର କୋଭିଡ୍ରେ ରାଜନ୍ର ମୃତ୍ୟୁ ହୋଇଥିବା ଗୁଜବ ପ୍ରଚାରିତ ହୋଇଥିଲା । ଏହି ଗୁଜବକୁ ପ୍ରଶାସନ ପ୍ରତ୍ୟାଖ୍ୟାନ କରିଥିଲା । ତବେ ୨୦୧୫ରେ ଇଣ୍ଡୋନେସିଆର ବାଲିରୁ ଧରାପଡ଼ିଥିବା କୁଖ୍ୟାତ ଛୋଟା ରାଜନ୍କୁ କଡ଼ା ସୁରକ୍ଷାରେ ସେବେଠାରୁ ଜେଲ୍ରେ ରଖାଯାଇଥିବା ଜଣାପଡ଼ିଛି ।