ହସ୍ପିଟାଲରୁ ଘରକୁ ଗଲେ ରାହୁଲ
ଛତିଶଗଡ : ହସ୍ପିଟାଲରୁ ଘରକୁ ଗଲେ ରାହୁଲ । ଛତିଶଗଡର ଜାଞ୍ଜଗିର ଜିଲାର ଏକ ବୋରୱେଲରେ ଖସିପଡିଥିବା ରାହୁଲ ଏବେ ପୁରା ସୁସ୍ଥ ହୋଇଛିନ୍ତି । ଦୀର୍ଘ ୧୨ ଦିନ ବିଳାସପୁର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ରାହୁଲ । ରାହୁଲ ହସ୍ପିଟାଲରେ ଚଲାବୁଲା କରିବା ସହିତ ବେଡରେ ମୋବାଇଲ ଦେଖି ଗୀତ ଶୁଣୁଥିବାର ଦେଖିବାକୁ ମିଳିଥିଲା । ରାହୁଲ ଦିବ୍ୟାଙ୍ଗ ହୋଇଥିବାରୁ ସେ ଶୁଣିପାରେନି କି କଥା ହୋଇପାରେନି । ବର୍ତ୍ତମାନ ରାହୁଲର ସ୍ପିଚ ଥେରାପୀ ଚିକିତ୍ସା ଉପରେ ଡାକ୍ତର ଗୁରୁତ୍ୱ ଦେଉଥିବା ସୂଚନା ମିଳିଛି । ବୋରୱେଲ ଭିତରୁ ଉଧାର ହେବା ପରେ ରାହୁଲକୁ ବିଳାଶପୁର ସ୍ଥିତ ଆପଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଏକ ଡାକ୍ତରୀ ଟିମ୍ ରାହୁଲଙ୍କ ଚିକିତ୍ସା କରୁଛି ।
ସୂଚନା ଯେ, ୧୦୮ ଘଣ୍ଟାର ଜୀବନ ସଂଗ୍ରାମ ପରେ ଛତ୍ତିଶଗଡ଼ର ଜାଞ୍ଜଗୀର ଚମ୍ପା ଜିଲ୍ଲାର ପିରହିତ ଗାଁରେ ବୋରୱେଲରୁ ଉଦ୍ଧାର ହୋଇଥିଲେ ୧୨ ବର୍ଷର ନାବାଳକ ରାହୁଲ । ଡାକ୍ତରଖାନାରେ ଚିକିତ୍ସିତ ହେବା ୧୨ଦିନ ଦିନ ମଧ୍ୟରେ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥାରେ ଯଥେଷ୍ଟ ସୁଧାର ଆସିବା ପରେ ଡାକ୍ତର ରାହୁଲଙ୍କୁ ଡିସଚାର୍ଜ କରିଛନ୍ତି ।