ଚେକ ବାଉନ୍ସ ମାମଲାରେ ଫସିଲେ ଅଭିନେତ୍ରୀ ଅମିଷା ପଟେଲ, ୱାରେଣ୍ଟ ଜାରି
ଭୋପାଳ : ଗିରଫ ହୋଇପାରନ୍ତି ବଲିଉଡ ଅଭିନେତ୍ରୀ ଆମିଷା ପଟେଲ। ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ଷ୍ଟାର ପ୍ରଚାରକ ଥିବା ଅମିଷାଙ୍କ ବିରୋଧରେ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି। ଭୋପାଳ ଜିଲ୍ଲା କୋର୍ଟର ଫାଷ୍ଟ କ୍ଲାସ୍ ଜଜ୍ ରବି କୁମାର ବୋରାସି ତାଙ୍କ ବିରୋଧରେ ବେଲେବଲ୍ ୱାରେଣ୍ଟ ଜାରି କରିଛନ୍ତି। ଯଦି ଆମିଷା ପଟେଲ ଡିସେମ୍ବର ୪ରେ ଜିଲ୍ଲା କୋର୍ଟରେ ହାଜର ନ ହୁଅନ୍ତି, ତା’ହେଲେ ତାଙ୍କୁ ଗିରଫ କରାଯାଇପାରେ।
ଚେକ ବାଉନ୍ସ ମାମଲାରେ ଅଭିନେତ୍ରୀ ଅମିଷା ପଟେଲ ଫସିଛନ୍ତି। ଅଭନେତ୍ରୀଙ୍କ କମ୍ପାନୀ ଏମ/ଏସ ଆମିଷା ପଟେଲ ପ୍ରଡକ୍ସନ୍, ୟୁଟିଏଫ ଟେଲିଫିଲ୍ସ ପ୍ରାଇଭେଟ ଲିମିଟେଡରୁ ୩୨ ଲକ୍ଷ ୨୫ ହଜାର ଟଙ୍କାର ଋଣ ନେଇଥିଲା। ଏହାର ପ୍ରତିବଦଳରେ ସେମାନେ ଯେଉଁ ଚେକ ଦେଇଥିଲେ ଯାହା ବାଉନ୍ସ ହୋଇଯାଇଥିଲା। ଏହା ପରେ ୟୁଟିଏଫ ଟେଲିଫିଲ୍ସ ପ୍ରାଇଭେଟ ଲିମିଟେଡର ଓକିଲ ରବି ପନ୍ତ ଜିଲ୍ଲା କୋର୍ଟରେ ଏକ ମାମଲା ଦାୟର କରିଥିଲେ। ଏହି ପ୍ରସଙ୍ଗରେ ଆମିଷା ପଟେଲଙ୍କୁ ଜାମିନ ଯୋଗ୍ୟ ୱାରେଣ୍ଟ ଜାରି କରାଯାଇଛି।
ସୂଚନା ଯେ, ଚେକ ବାଉନ୍ସ ମାମଲାରେ ଇନ୍ଦୋରରେ ବଲିଉଡ ଅଭିନେତ୍ରୀ ଅମିଷା ପଟେଲଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାଟି ୧୦ ଲକ୍ଷ ଟଙ୍କାର ଥିଲା। ଏହି ବିଷୟରେ ଆବେଦନକାରୀଙ୍କ ଓକିଲ ନୀତେଶ ପାରମାର କହିଛନ୍ତି ଯେ, ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ପ୍ରାୟ ଛଅ ମାସ ପୂର୍ବେ ଇନ୍ଦୋରର ପିଙ୍କ୍ ସିଟିରେ ରହୁଥିବା ଜଣେ ମହିଳା ନିଶା ଛିପାଙ୍କଠାରୁ ଫିଲ୍ମ ପ୍ରଡକ୍ସନ୍ ପାଇଁ ୧୦ ଲକ୍ଷ ଟଙ୍କା ନେଇଥିଲେ। ଏହାକୁ ଫେରାଇବା ପାଇଁ ଆମିଷା ୨୪ ଏପ୍ରିଲ ୨୦୧୯ରେ ଏକ ଚେକ୍ ଦେଇଥିଲେ, ଯାହା ବାଉନ୍ସ ହୋଇଥିଲା। ଏହି ଚେକ୍ ଇନ୍ଦୋରର ଏକ ବ୍ୟାଙ୍କରେ ଦିଆଯାଇଥିଲା।
ସେହିଭଳି ଦୁଇ ବର୍ଷ ପୂର୍ବେ ରାଞ୍ଚି କୋର୍ଟ ଅଭିନେତ୍ରୀ ଅମିଷା ପଟେଲଙ୍କ ବିରୋଧରେ ଗିରଫ ୱାରେଣ୍ଟ ମଧ୍ୟ ଜାରି କରିଥିଲେ। ଏଥିରେ ଆବେଦନକାରୀ ପ୍ରଡ୍ୟୁସର ଅଜୟ କୁମାର, ଅମିଷାଙ୍କ ବିରୁଦ୍ଧରେ ଅଢେଇ କୋଟି ଟଙ୍କାର ଚେକ୍ ବାଉନ୍ସ ଅଭିଯୋଗ କରିଛନ୍ତି। ପ୍ରଡ୍ୟୁସର ୨୦୧୮ରେ କୋର୍ଟରେ ଦାଖଲ କରାଯାଇଥିବା ଅଭିଯୋଗ ଅନୁଯାୟୀ, ସେ ଦେଶୀ ମ୍ୟାଜିକ୍ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅଭିନେତ୍ରୀଙ୍କୁ ୩ କୋଟି ଟଙ୍କା ଦେଇଥିଲେ। କିଛି ସମୟ ପରେ ଯେତେବେଳେ ସେ ଅମିଷା ପଟେଲଙ୍କୁ ଟଙ୍କା ଫେରସ୍ତ କରିବାକୁ ପଚାରିବାକୁ ଯାଇଥିଲେ, ସେତେବେଳେ ସେ ଟଙ୍କା ଦେବାକୁ ମନା କରିଦେଇଥିଲେ, ପରେ ନିର୍ମାତା ଅଜୟ କୁମାର ବିରକ୍ତ ହେବା ପରେ କୋର୍ଟକୁ ସ୍ଥାନାନ୍ତର କରିଥିଲେ।