ଠକ ଡାକ୍ତର ରମେଶ ସ୍ବାଇଁର ଆଜି ପଲିଗ୍ରାଫ ଟେଷ୍ଟ
ଭୁବନେଶ୍ୱର : ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ରସୁଲଗଡ ସ୍ଥିତ ଫରେନସିକ ଲାବୋରେଟୋରିରେ ଆଜି ହେବ ପଲିଗ୍ରାଫ ଟେଷ୍ଟ । ୧୮ ଜଣ ମହିଳା ଙ୍କୁ ବାହା ହୋଇ ଠକିଥିବା ନକଲି ଡାକ୍ତର ତଦନ୍ତ ବେଳେ ସହଯୋଗ ନ କରି ମିଛ କହୁଥିବାରୁ ରମେଶର ପାଲିଗ୍ରାଫ ଟେଷ୍ଟ ପାଇଁ ଆବେଦନ କରିଥିଲା ପୋଲିସ । କୋର୍ଟ ଏଥିପାଇଁ ଅନୁମତି ଦେଇଥିଲେ । ସେପଟେ ଆଜି ରମେଶର ପ୍ରଥମ ପତ୍ନୀ ଓ ପୁଅକୁ ପଚରାଉଚରା କରିବ ମହିଳା ଥାନା ପୋଲିସ ।
ସୂଚନା ଯେ, ମେଡିକାଲ ପାଠ ତ ଦୂରର କଥା, ବାବୁ ମାଟ୍ରିକ ହୁଡା ଡେଇଁ ନାହାନ୍ତି । କଲେଜ ପିଣ୍ଢା ତାଙ୍କ ପାଇଁ ସ୍ବପ୍ନ । ତଥାପି ଡାକ୍ତରର ପରିଚୟ ଦେଇ ସାରା ଦେଶରେ ବାବୁ ୧୯ ମହିଳାଙ୍କୁ ବାହା ହୋଇଛନ୍ତି । ବହୁ ମହିଳାଙ୍କୁ ବିବାହ କରିବାକୁ ବାବୁ କୁଆଡେ ନୂଆ ନୂଆ ଡେଟ୍ ଫିକ୍ସ କରିଥିଲେ । ଠକଙ୍କ ସମ୍ପର୍କରେ ଜାଣିବା ପରେ ବେହୋସ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ନୂଆ ବାହା ହୋଇଥିବା ତାଙ୍କ ଗୌହାଟିର ଜନୈକ ପତ୍ନୀ । କଟକ ଓ ବଡମ୍ବାରେ ଲାଇଭ ସ୍କାନ ଚେନ ନାମକ ଏକ କ୍ଲିନିକ କରିଥିଲେ । ସେଠାରେ ୧୫ ଜଣ ମହିଳାଙ୍କୁ ସେ ଦରମା ଦେଇ ନଥିଲେ । କଟକରେ କିଛି ଡାକ୍ତରଙ୍କୁ ମଧ୍ୟ ଦରମା ନାଁରେ ଫଲସ୍ ଚେକ ଦେଇ ସେ ଠକିଛନ୍ତି । ଆହୁରି ମଧ୍ୟ କଟକରେ ଜଣେ ଡାକ୍ତରଙ୍କ ପୁଅଠାରୁ ମେଡିକାଲ କଲେଜରେ ଆଡ଼ମିସନ କରିବାକୁ କହି ୬୦ ହଜାର ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା ।