ପରିବହନ ଆକ୍ଟ ଉଲଘଂନ ଅଭିଯୋଗ, ଯାତ୍ରୀବାହୀ ଘରୋଇ ବସ୍କୁ ଜରିମାନା

ଅନୁଗୋଳ : ଯାତ୍ରୀବାହୀ ଘରୋଇ ବସ୍କୁ ଜରିମାନା। ପରିବହନ ଆକ୍ଟ ଉଲଘଂନ ଅଭିଯୋଗରେ ମୋଟ ୪ଲକ୍ଷ ୯୮ହଜାର ୭୬୪ ଟଙ୍କା ଜରିମାନା କରିଛନ୍ତି। ସିଂହବାହିନୀ ନାମକ ଏକ ଘରୋଇ ବସକୁ ଫାଇନ୍ କରିଛନ୍ତି ତାଳଚେର ପରିବହନ ଅଧିକାରୀ ।
୧୯୨(କ) ଅନୁଯାୟୀ ପରମିଟ ନଥାଇ ଗାଡି ଚଳାଇବା ପାଇଁ ୧୦ ହଜାର, ଟ୍ୟାକ୍ସ ବାବଦକୁ ବକେୟା ପାଇଁ ୪ଲକ୍ଷ ୮୮ହଜାର ୭୬୪ ଟଙ୍କାର ଫାଇନ୍ କଟାଯାଇଛି । ଜରିମାନା ସହ ବସଟିକୁ ପାଲଲହଡା ଥାନା ଜିମା ଦିଆଯାଇଛି । ସୁଚନା ଅନୁସାରେ ଦୀର୍ଘଦିନରୁ ଏହି ବସ୍ଟି ପରିବହନ ଆଇନ ଉଲଘଂନ କରି ଆସୁଥିବା ବେଳେ ନୂତନ ମୋଟର ଯାନ ଆଇନ ଅନୁଯାୟୀ ଫାଇନ କଟାଯାଇଥିବା ତାଳଚେର ଆରଟିଓ ସୂଚନା ଦେଇଛନ୍ତି । ବସ୍ଟି ଖମାରରୁ କୋଲକାତା ଯାଉଥିଲା।