ମଙ୍ଗଳବାର ଜପନ୍ତୁ ହନୁମାନଙ୍କର ଏହି ମନ୍ତ୍ର, ଦୂର ହେବ ସମସ୍ତ କଷ୍ଟ
ମଙ୍ଗଳବାର ଦିନକୁ ଭଗବାନ ହନୁମାନଙ୍କୁ ସମର୍ପିତ କରାଯାଇଛି । ଏହିଦିନ ହନୁମାନଙ୍କୁ ଆରାଧନା କରିବା ଦ୍ୱାରା ଜୀବନରେ ସମସ୍ତ କଷ୍ଟ ଦୂର ହୋଇଥାଏ । ମାନ୍ୟତା ରହିଛି କି ରାମ ଭକ୍ତ ହନୁମାନ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ସେଥିପାଇଁ ତାଙ୍କର ବିଶେଷ ମହତ୍ୱ ରହିଛି । ଏହାସହିତ ହନୁମାନଙ୍କର କିଛି ମନ୍ତ୍ର ରହିଛି ଯାହାକୁ ନିୟମିତ ରୂପେ ଯପିବା ଦ୍ୱାରା ଜୀବନରେ ଆସିବାକୁ ଥିବା ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା..
ମଙ୍ଗଳବାର ସ୍ନାନ କରିବା ପରେ ୧୧ଟି ଓସ୍ତ ପତ୍ର ଛିଡାନ୍ତୁ । ଏହି ପତ୍ରକୁ ଗଙ୍ଗାଜଳରେ ସଫା କରି ଚନ୍ଦନରେ ସେଥିରେ ଶ୍ରୀରାମ ଲେଖନ୍ତୁ । ଏହାପରେ ଏହି ପତ୍ରକୁ ମାଳ କରି ହନୁମାନଙ୍କୁ ଚଢାନ୍ତୁ । ଏଭଳି କରିବା ଦ୍ୱାରା ଆର୍ଥିକ ସମସ୍ୟା ବହୁତ ଶୀଘ୍ର ଦୂର ହେବ ବୋଲି ମାନ୍ୟତା ରହିଛି ।
ମଙ୍ଗଳବାର ସନ୍ଧ୍ୟାରେ ହନୁମାନ ମନ୍ଦିରରେ ବେସନ ଲଡ୍ଡୁରେ ତୁଳସୀ ପତ୍ର ପକାଇ ଭୋଗ ଲଗାନ୍ତୁ । କୁହାଯାଏ ହନୁମାନ ଲଡ୍ଡୁ ବହୁତ ପ୍ରିୟ । ଗ୍ରହ ଶାନ୍ତି ପାଇଁ ଏହି ଉପାୟ ଲାଭକାରୀ ହୋଇଥାଏ ।
ଯଦି ଦୀର୍ଘ ଦିନ ଧରି କୌଣସି କାମ ଅଟକି ରହିଛି ତେବେ ମଙ୍ଗଳବାର ଦିନ ହନୁମାନଙ୍କୁ ପାନ ବିଡା ଅର୍ପଣ କରନ୍ତୁ । ଏହାଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ମିଳେ ।
ପ୍ରତ୍ୟେକ ମଙ୍ଗଳବାର ଚମେଲି ତେଲରେ ଦୀପ ଜାଳି ହନୁମାନଙ୍କୁ ଚମେଲି ତେଲ ଏବଂ ଫୁଲ ଚଢାଇବା ଦ୍ୱାରା ବଜରଙ୍ଗୱାଲିଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହାଦ୍ୱାରା ଘରେ ସୁଖ-ଶାନ୍ତି ଏବଂ ସମୃଦ୍ଧି ବଳବତ୍ତର ହୋଇଥାଏ ।
ମନସ୍କାମନା ପୁରଣ ପାଇଁ ମନ୍ତ୍ର :
ଓଁ ମହାବଳାୟ ବିରାୟ ଚିରଞ୍ଜିବିନ ଉଧତେ
ହାରଣେ ବଜ୍ରେ ଦେହାୟ ଚୋଲାଂଘ୍ନତମହାବ୍ୟୟେ । ।
ଇଛାପୂର୍ତ୍ତି ପାଇଁ ମନ୍ତ୍ର:
ଔର ମନୋରଥ ଜୋ କୋଇ ଲାଭେ
ସୋଇ ଅମିତ ଜୀବନ ଫଳ ପାବୈ ।
ରୋଜଗାର ବା ଚାକିରୀ ସମସ୍ୟା ପାଇଁ ମନ୍ତ୍ର :
ଓଁ ପିଂଗାକ୍ଷାୟ ନମଃ । ।
ଯଶ ପ୍ରାପ୍ତି ପାଇଁ ମନ୍ତ୍ର :
ଓଁ ବ୍ୟାପକାୟ ନମଃ । ।
ସର୍ବ ସୁଖ ଶାନ୍ତି ପାଇଁ ମନ୍ତ୍ର :
ଓଁ ନମୋ ଭଗବତେ ହନୁମତେ ନମଃ । ।