ଉତ୍ତରପ୍ରଦେଶରେ ନାଇଟ୍ କର୍ଫ୍ୟୁ ନିୟମରେ ପରିବର୍ତ୍ତନ
ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ନିୟମରେ ପରିବର୍ତ୍ତନ କରିଛନ୍ତି । ରବିବାର ରାତିରୁ ରାତି ୧୧ଟାରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବ । ପୂର୍ବରୁ କରୋନା ସଂକ୍ରମଣକୁ ନଜରରେ ରଖି ରାତି ୧୦ରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ଥିଲା ।
ୟୁପି ସରକାରଙ୍କ ସଚିବ ଅବନୀଶ ଅବସ୍ଥୀ କହିଛନ୍ତି ଯେ, ଏବେ ନାଇଟ୍ କର୍ଫ୍ୟୁ ନିୟମରେ ପରିବର୍ତ୍ତନ ହୋଇଛି । କାରଣ ସଂକ୍ରମଣ କମିବାରେ ଲାଗିଛି । ଏହି ସମୟରେ ଜରୁରୀକାଳିନ ସେବା ବ୍ୟତୀତ ଅନ୍ୟ ସବୁ ଯାତୟତ ବନ୍ଦ ରହିବ ।