ଚାଣକ୍ୟ ନୀତି ! ଏପରି ଲୋକଙ୍କ ସହ ମିତ୍ରତା କରନ୍ତୁନି, ଏହା ଆପଣଙ୍କୁ କେବେ ସୁଖ ଦେବନାହିଁ
ଆଚାର୍ଯ୍ୟ ଚାଣକ୍ୟ ଏପରି ଜଣେ ମହାନ ବ୍ୟକ୍ତିତ୍ୱ ଯିଏକି ତାଙ୍କ ବୃତ୍ତି, ବୁଦ୍ଧି ଏବଂ ଦକ୍ଷତାର ଶକ୍ତିରେ ଭାରତୀୟ ଇତିହାସର ଗତି ବଦଳାଇଥିଲେ। ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠାତା ଚାଣକ୍ୟ ଏକାଧାରରେ ଜଣେ ଜଣାଶୁଣା ରାଜନେତା, ଚତୁର କୂଟନୀତିଜ୍ଞ, ଉପାସକ ଏବଂ ଅର୍ଥନୀତିଜ୍ଞ ହୋଇଥିଲେ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ସମସ୍ତ ସମସ୍ୟାର ସମାଧନ ରହିଛି । ଚାଣକ୍ୟ ଅର୍ଥଶାସ୍ତ୍ର ଏବଂ ରାନୀତି ଶାସ୍ତ୍ରର ଜ୍ଞାତା ଅଟନ୍ତି, ଚାଲନ୍ତୁ ଜାଣିବା ଚାଣକ୍ୟଙ୍କ କିଛି ମହତ୍ୱପୂର୍ଣ୍ଣ ନୀତି ବିଷୟରେ ।
ସଂସ୍କୃତ ଭାଷାରେ ଲିଖିତ ଅର୍ଥଶାସ୍ତ୍ର ପ୍ରାଚୀନ ଭାରତର ଶ୍ରେଷ୍ଠ ରଚନାଗୁଡିକ ମଧ୍ୟରୁ ଅନ୍ୟତମ । ଏଥିରେ ରାଜ୍ୟ ପରିଚାଳନା, ରାଜନୀତି, ସମରନୀତି ପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ବର୍ଣ୍ଣିତ ହୋଇଛି । କୌଟିଲ୍ୟ ଏହି ଶାସ୍ତ୍ରର ରଚୟିତା । କୌଟିଲ୍ୟ ବିଷ୍ଣୁଗୁପ୍ତ ଓ ଚାଣକ୍ୟ ନାମରେ ମଧ୍ୟ ପ୍ରସିଦ୍ଧ । କେତେକଙ୍କ ମତାନୁସାରେ ଅନେକ ଶତାବ୍ଦୀ ଧରି ବିଭିନ୍ନ ଶ୍ଳୋକର ସମାହାରରେ ଏହି ଶାସ୍ତ୍ରର ରଚନା ହୋଇଛି ଏବଂ ଏହାର ମୁଖ୍ୟ ଶ୍ରେୟ ଚାଣକ୍ୟଙ୍କୁ ଦିଆଯାଇଛି । ତକ୍ଷଶିଳାର ମହାଜ୍ଞାନୀ ଚାଣକ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଗୁରୁ ଓ ଉପଦେଷ୍ଟା ଥିଲେ । ଚାଣକ୍ୟଙ୍କ ନୀତି ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ବହୁ ମହତ୍ୱ ରଖିଥାଏ । ସଠିକ ବାଟରେ ଚାଲିବାକୁ ସାହାଯ୍ୟ କରିଥାଏ ।
ଯଦି ଆପଣ ଚାଣକ୍ୟ ନୀତି ପାଳନ କରୁଛନ୍ତି, ତେବେ ଆପଣ ଜୀବନରେ ବଡ଼ ବଡ଼ ସମସ୍ୟାରୁ ସହଜରେ ମୁକୁଳି ପାରିବେ । ଆଚାର୍ଯ୍ୟ ଚାଣକ୍ୟ ରାଜ୍ୟନୀତି ଏବଂ ଅର୍ଥନୀତିର ଜ୍ଞାତା ଅଟନ୍ତି । ଚାଣକ୍ୟକଙ୍କ ନୀତି ଦୀର୍ଘ ଦିନରୁ ସାହସ ଏବଂ ସମାଧନାର ପ୍ରତୀକ ବୁଝା ଯାଇଥାଏ । ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ ଏପରି ନୀତି ବିଷୟରେ କହୁଛୁ, ଯାହା ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ବହୁତ ଅବଶ୍ୟକ ଅଟେ ।
ନିଜ ସମକକ୍ଷ ବନ୍ଧୁ ସହ ମିତ୍ରତା କରନ୍ତୁ :
ଚାଣକଙ୍କ ନୀତି ଅନୁସାରେ କେବେ ବି ସେହି ଲୋକଙ୍କ ସହ ମିତ୍ରତା କରିବା ଉଚିତ୍ ନୁହେଁ, ଯିଏ ଆଣଙ୍କଠାରୁ କମ୍ ବା ବେଶୀ ପ୍ରତିଷ୍ଠିତ ଅଟନ୍ତି । ଏପରି ଲୋକଙ୍କ ସହ ମିତ୍ରତା କେବେ ବି ଶୁଖ ଦିଏନାହିଁ । ଏପରି ଲୋକଙ୍କ ସହ ରହି ଆପଣଙ୍କୁ ଅପମାନ ସହିବାକୁ ପଡ଼ିଥାଏ ।
ସଫଳତା ପାଇଁ ଭଲ ସାଙ୍ଗ, ଅଧିକ ସଫଳତା ପାଇଁ ଲୋଡା ଭଲ ଶତ୍ରୁ :
ଚାଣକ୍ୟ ମଣିଷକୁ ସମାଜରେ ଭଲରେ ବଞ୍ଚିବା ପାଇଁ ଅନେକ ବାଣୀ କହିଛନ୍ତି । ଯଦି କୌଣସି ମଣିଷ ତାଙ୍କ ନୀତିକୁ ଅନୁସରଣ କରେ ତେବେ ତା ଜୀବନ ଅତି ଉତ୍ତମ ହେବାକୁ ଡେରି ହେବ ନାହିଁ । ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେପରି କି ସମାଜର ବଞ୍ଚିବା ପାଇଁ କିପରି ଲୋକଙ୍କ ଠାରୁ ଦୂରେଇ ରହିବ । ଜୀବନରେ ସଫଳତା ପାଇବାକୁ ହେଲେ ଭଲ ମିତ୍ରର ଆବଶ୍ୟକ ଅଛି । ଯଦି ଅଧିକ ସଫଳତା ପାଇଁ ଉଦ୍ୟମ କରୁଛି, ତେବେ ଏକ ଉତ୍ତମ ଶତ୍ରୁର ଆବଶ୍ୟକତା ଅଛି । ଜୀବନରେ ଉନ୍ନତି ନିମନ୍ତେ ଭଲ ବନ୍ଧୁଟିଏ ଆବଶ୍ୟକ ଯିଏକି ସବୁ ପରିସ୍ଥିତିରେ ସାହସ ବଢ଼ାଉଥିବ । ସଠିକ୍ ମାର୍ଗ ଦେଖାଉଥିବା । ଗୋଟେ ଭଲ ସାଙ୍ଗ ସବୁବେଳେ ଭଲ ପ୍ରେରଣା ଦେଇଥାଏ । ଯଦି ଆପଣ ଅଧିକ ସଫଳତା ଚାହାଁନ୍ତି ତେବେ ଭଲ ଶତ୍ରୁଟିର ଆବଶ୍ୟକତା ଅଛି କାରଣ ଗୋଟେ ଭଲ ଶତ୍ରୁ ହିଁ ଭଲ ଭାବରେ ଶତ୍ରୁତା କରିଥାଏ ଯାହାଦ୍ୱାରା ଆପଣଙ୍କୁ ଅଧିକା ସଫଳତା ପାଇବା ପାଇଁ ଆଗ୍ରହ ବଢ଼ିବ ଓ ଜିଦି ମଧ୍ୟ ରହିବ ।
କ୍ରୋଧ କରନ୍ତୁ ନାହିଁ :
ଚାଣକ୍ୟକଙ୍କ ନୀତି ଅନୁସାରେ ଶତ୍ରୁ ସବୁଠୁ ବଡ଼ ଅସ୍ତ୍ର ହୋଇଥାଏ । ଆପଣଙ୍କ ଶତ୍ରୁ ସବୁବେଳେ ଆପଣଙ୍କୁ ଉସୁକାଇବା ଭଳି କାମ କରିଥାଏ । ଯାହାଦ୍ୱାରା ଆପଣଙ୍କୁ କ୍ରୋଧ ଆସିବ । କ୍ରୋଧ ଯୋଗୁଁ ବ୍ୟକ୍ତିର ଶକ୍ତି ଏବଂ ବିବେକର ଅଧୋଗତି ହୋଇଥାଏ । ଯାହାର ଫାଇଦା ଶତ୍ରୁ ଉଠାଇଥାଏ । ଶତ୍ରୁ ଉସୁକାଇବା ଦ୍ୱାରା କେବେ ବି କ୍ରୋଧ କରନ୍ତୁ ନାହିଁ ।
ଶତ୍ରୁକୁ କ୍ଷମା କରିବା ଉଚିତ ନୁହେଁ :
ଚାଣକ୍ୟଙ୍କ ନୀତି ଅନୁସାରେ ଶତ୍ରୁକୁ କେବେ କ୍ଷମା କରିବା ଉଚିତ୍ ନୁହେଁ । କ୍ଷମା କରିବା ଦ୍ୱାରା ଶତ୍ରୁର ମନୋବଳ ବଢ଼ିଯାଇଥାଏ । ଶତ୍ରୁକୁ ହରାଇବା ପାଇଁ କେବେ ବି ପ୍ରଥମେ ଆକ୍ରମଣ କରିବା ଉଚିତ୍ ନୁହେଁ । ଶତ୍ରୁକୁ ପରାଜିତ କରିବାକୁ ତା ବିଷୟରେ ସୂଚନା ହାସଲ କରନ୍ତୁ ଏବଂ ତାକୁ ନିଜର କୂଟନୈତିକ ଜାଲରେ ଫସାନ୍ତୁ । ଚାଣକ୍ୟ ନୀତି ଅନୁସାରେ ସମାଜରେ ଗରୀବ ବ୍ୟକ୍ତିକୁ କେହି କେବେହେଲେ ସହଜରେ ଧନର ସାହାଯ୍ୟ କରନ୍ତି ନାହିଁ । ସେଥିପାଇଁ ସବୁବେଳେ ଧନ କ୍ଷୟ ବିଷୟରେ କାହାକୁ କୁହନ୍ତୁ ନାହିଁ ।