ଆଜିଠୁ ଆରମ୍ଭ ହେବ ଚୈତ୍ର ନବରାତ୍ରି ! ଜାଣନ୍ତୁ ଅଖଣ୍ଡ ଦୀପ ଜଳାଇବାର ମହତ୍ତ୍ୱ ଓ ନିୟମ
ଆଜି ଚୈତ୍ର ନବରାତ୍ରୀର ପ୍ରଥମ ଦିନ। ଏଥର ଚୈତ୍ର ନବରାତ୍ରି ମାର୍ଚ୍ଚ ୨୨ ତାରିଖ ବୁଧବାର ଠାରୁ ଆରମ୍ଭ ହେଉଛି। ଏହାର ସମାପ୍ତି ମାର୍ଚ୍ଚ ୩୦ ତାରିଖରେ ହେବାକୁ ଯାଉଛି। ଆଜି ନବରାତ୍ରୀର ପ୍ରଥମ ଦିନରେ ମା’ ଦୁର୍ଗାଙ୍କ ଶୈଳପୁତ୍ରୀ ପୂଜା କରାଯାଉଛି। ପାର୍ବତରାଜ ହିମାଳୟର ଝିଅ ହୋଇଥିବାରୁ ତାଙ୍କୁ ଶୈଳପୁତ୍ର କୁହାଯାଏ। ମା’ ଦୁର୍ଗାଙ୍କର ଏହି ରୂପ ଅତ୍ୟନ୍ତ ଶାନ୍ତ, ଭଦ୍ର ଏବଂ ପ୍ରଭାବଶାଳୀ।
ଚୈତ୍ର ନବରାତ୍ରି ହିନ୍ଦୁମାନଙ୍କ ପ୍ରମୁଖ ପର୍ବ ମଧ୍ୟରୁ ଗୋଟିଏ । ଚୈତ୍ର ନବରାତ୍ରି ସହ ହିନ୍ଦୁ ନବବର୍ଷ ଆରମ୍ଭ ହୋଇଥାଏ। ନବରାତ୍ରିର ୯ ଦିନ ବହୁତ ପବିତ୍ର। ଏହି ୯ ଦିନରେ ମା’ ଦୁର୍ଗାଙ୍କ ୯ ରୂପକୁ ପୂଜା କରାଯାଇଥାଏ। ନବରାତ୍ରିରେ ମା’ ଦୁର୍ଗାଙ୍କ ମୂର୍ତ୍ତି, ଫଟୋ ଆଗରେ ଅଖଣ୍ଡ ଦୀପ ଲଗାଇବାର ବିଧାନ ରହିଛି। ଏହି ଜ୍ୟୋତି ଜ୍ଞାନ, ପ୍ରକାଶ, ଶ୍ରଦ୍ଧା ଓ ଭକ୍ତିର ପ୍ରତୀକ। ଯଦି ଆପଣ ବି ନବରାତ୍ରି ଅବସରରେ ଘରେ ଅଖଣ୍ଡ ଦୀପ ଲଗାଇବାକୁ ଚାହୁଁଛନ୍ତି ତାହେଲେ ଏହିସବୁ ନିୟମ ପାଳନ କରିବା ଉଚିତ।
ଅଖଣ୍ଡ ଦୀପ ଲଗାଇବାର ନିୟମ :-
୧. ଅଖଣ୍ଡ ଦୀପ ଲଗାଇବାକୁ ବଡ ଆକାରର ମାଟି ଦୀପ କିମ୍ବା ପିତ୍ତଳ ଦୀପ ନିଅନ୍ତୁ
୨. ଅଖଣ୍ଡ ଦୀପ କେବେ ବି ଖାଲି ଭୂଇଁରେ ରଖିବା ଉଚିତ ନୁହେଁ
୩. ଏଇ ଦୀପକୁ ଏକ କାଠ ପିଢା ଉପରେ ରଖିବା ଉଚିତ
୪. ଦୀପ ରଖିବା ପୂର୍ବରୁ କିଛି ଚାଉଳ ରଖନ୍ତୁ
୫. ଅଖଣ୍ଡ ଦୀପର ବଳିତା ସବୁବେଳେ ରକ୍ଷା ସୂତ୍ରରେ ତିଆରି କରାଯାଇଥାଏ
୬. ଏହାପରେ ଦୀପରେ ଘିଅ ପକାନ୍ତୁ, ଘିଅ ନଥିଲେ ସୋରିଷ ତେଲ କିମ୍ବା ରାଶି ତେଲ ମଧ୍ୟ ବ୍ୟବହାର କରିପାରିବେ
୭. ବିଶ୍ୱାସ ଅନୁଯାୟୀ, ଯଦି ଘିଅ ଦୀପ ଲଗାଉଛନ୍ତି ତାହେଲେ ମା’ଙ୍କ ଡାହାଣ ପଟେ ରଖନ୍ତୁ
୮. ଦୀପ ଜାଳିବା ପୂର୍ବରୁ ଗଣେଶ ଭଗବାନ, ମା’ ଦୁର୍ଗା ଓ ଶିବଙ୍କୁ ଧ୍ୟାନ କରନ୍ତୁ
୯. ଯଦି କୌଣସି ବିଶେଷେ ମନୋସ୍କାମନା ପାଇଁ ଅଖଣ୍ଡ ଜ୍ୟୋତି ଜଳାଉଛନ୍ତି ତାହେଲେ ପ୍ରଥମେ ହାତ ଯୋଡି ମନୋସ୍କାମନାକୁ ମନରେ ଦୋହରାନ୍ତୁ
୧୦. ଦୀପ ଜାଳିବା ପରେ ଏହି ମନ୍ତ୍ର ପଢନ୍ତୁ :
“ଓଁ ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ୱାହା ନମୋସ୍ତୁତେ“
୧୧. ଦୀପ ପାଖରେ କିଛି ନାଲି ଫୁଲ ମଧ୍ୟ ଚଢାନ୍ତୁ
୧୨. ଧ୍ୟାନ ରଖିବା ଉଚିତ ଯେ ଅଖଣ୍ଡ ଜ୍ୟୋତି ବ୍ରତ ସମାପ୍ତ ହେବା ଯାଏଁ ଲିଭିବା ଉଚିତ ନୁହେଁ, ସେଥିପାଇଁ ମଝି ମଝିରେ ଘିଅ କିମ୍ବା ତେଲ ଦେଉଥିବା ଉଚିତ