ଶିଶୁଙ୍କୁ ଟିକା ପାଇଁ ଆଜି ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
ଭୁବନେଶ୍ୱର : ମହାମାରୀ କରୋନା ସମୟରେ ଶିଶୁମାନଙ୍କ ପାଇଁ ଖୁସି ଖବର । ଆଜି ଠାରୁ ଶିଶୁ ମାନଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । କେନ୍ଦ୍ର ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।
ଆମ ରାଜ୍ୟରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୮ଲକ୍ଷ ଟିକାକରଣ ହେଇଛି। ଓଡ଼ିଶାରେ୨୨ ଲକ୍ଷରୁ ଟିକା ଆହୁରି ମହଜୁଦ ଅଛି।୨୪ ଲକ୍ଷ ଲୋକ ଏବେ ବି ଦ୍ବିତୀୟ ଡୋଜ୍ ଟିକା ନେଇନାହାନ୍ତି । ଫଳରେ ଶୁକ୍ରବାର ଠାରୁ ଶିଶୁମାନଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ଆମ ରାଜ୍ୟରେ ୧କୋଟି ୪୦ଲକ୍ଷ ୨ ରୁ ୧୮ ବର୍ଷ ବୟସ୍କ ପିଲା ଅଛନ୍ତି। ଆମେ ପ୍ରସ୍ତୁତ ଅଛୁ, ଯେକୌଣସି ମୁହୂର୍ତ୍ତରେ ଅନୁମତି ମିଳିଲେ, କେନ୍ଦ୍ରରୁ ଆଉ ଟିକା ଆସିଲେ, ଆମେ ଶିଶୁମାନଙ୍କୁ ଟିକା ଦେବା ଆରମ୍ଭ କରିବୁ।