ବସ୍ତାରେ ଜାତୀୟ ପ୍ରେସ ଦିବସ ପାଳନ
ବସ୍ତା : ବାଲେଶ୍ୱର ଜିଲା ଅନ୍ତର୍ଗତ ପ୍ରେସ କ୍ଲବ, ବସ୍ତା ପକ୍ଷରୁ ବୁଧବାର ବାହାର୍ଦ୍ଦା ଡାକବଙ୍ଗଳା ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ପ୍ରେସ କ୍ଲବ ସଭାପତି ବାଞ୍ଛାନିଧି ଦେ ଏଥିରେ ଅଧ୍ୟକ୍ଷତା କରି ସମାଜର ହିତ ପାଇଁ ସର୍ବଦା ଖବର ପରିବେଷଣ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା, ନିରାପତ୍ତା ଦିଗରେ ସରକାର ଗୁରୁତ୍ୱ ଦେବା ଉଚିତ୍ ବୋଲି କହିଥିଲେ । ମୁଖ୍ୟ ଅତିଥି ଶାନ୍ତିଲତା କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ମନୋରଞ୍ଜନ ବେହେରା, ମୁଖ୍ୟବକ୍ତା ଫକୀରମୋହନ ସାହିତ୍ୟ ପରିଷଦର ଯୁଗ୍ମ ସମ୍ପାଦିକା କଲ୍ୟାଣୀ ନନ୍ଦ ଯୋଗଦେଇ ଗଣମାଧ୍ୟମ ଦ୍ୱାରା ରାଷ୍ଟ୍ରର ବିକାଶ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଗୌରାଙ୍ଗ ପଣ୍ଡା, ଚାଇଲଡ ଲାଇନ ମୁଖ୍ୟ ପ୍ରଶାନ୍ତ କୁମାର ରାଉତ, ଶିକ୍ଷକ ଦିଲ୍ଲୀପ କୁମାର ଭୂୟାଁ, ସମାଜସେବୀ ସୁମନ୍ତ କୁମାର ଜେନା ପ୍ରମୁଖ ମଞ୍ଚାସିନ ହୋଇ ସୁସ୍ଥ ଗଣତନ୍ତ୍ର ପାଇଁ ମୁକ୍ତ ଗଣମାଧ୍ୟମ ଆବଶ୍ୟକ ବୋଲି ବକ୍ତବ୍ୟରେ କହିଥିଲେ । ସମ୍ପାଦକ ବ୍ରଜମୋହନ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଉପଦେଷ୍ଟା ଶିରୀଶ ମହାନ୍ତି, ଉମାକାନ୍ତ ମହାନ୍ତି ଓ ରଞ୍ଜନ ବେହେରା, ଉପସଭାପତି ମନୀଷ ରାଇମଗିଆ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିଙ୍କ ସମସ୍ୟାର ସମାଧାନ ଓ ସୁବ୍ୟବସ୍ଥା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ସଭା ପ୍ରାରମ୍ଭରେ ସ୍ୱର୍ଗତ ଯୁବ ଖବରଦାତା ରାଜା ଓରଫ ସୁଶାନ୍ତ ବେହେରାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଉପଦେଷ୍ଟା ବିଜୟ କୁମାର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । କ୍ଲବ କର୍ମକର୍ତ୍ତା ହରିଶଙ୍କର ପାଣି, ସୀତାକାନ୍ତ ଦାସ, ମନୋରଞ୍ଜନ ପ୍ରଧାନ, ରବିନାରାୟଣ ସାହୁ, ଜଗତ ଗିରି, ସୁଶାନ୍ତ ପ୍ରଧାନ, ଚାନସେଲର ରାଉତ, ମାନସ ରଞ୍ଜନ ବେହେରା, ଭରତ ଦାସ, ଦେବାଶିଷ ସେଠୀ, ପବିତ୍ର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ହିରଣ୍ୟ କୁମାର ବିଶ୍ୱାଳ ଓ ଶ୍ରବଣ ନାୟକ, ପ୍ରାକ୍ତନ ଶିକ୍ଷକ ଗୋପାଳ ଚନ୍ଦ୍ର ସାହୁ, ସମାଜସେବୀ ଅମର କୁମାର ପାଳ ଓ ରାଜେଶ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଖବରଦାତା ଓ ଆଇନଜୀବୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।