ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ
ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ । ଶୁକ୍ରବାର ସକାଳ ୧୦ଟାରେ ଦ୍ୱାଦଶ ଓ ଅପରାହ୍ନ ୨ଟାରେ ଦଶମ ରେଜଲ୍ଟ ବାହାରିବ ବୋଲି ସୂଚନା ମିଳିଛି । ଛାତ୍ରଛାତ୍ରୀମାନେ ୱେବସାଇଟକୁ ଯାଇ ନିଜ ରେଜଲ୍ଟ ବିଷୟରେ ଜାଣିପାରିବେ ।
ଛାତ୍ରଛାତ୍ରୀ ମାନଙ୍କ ପାଇଁ ସିବିଏସଇର ଅଫିସିଆଲ ୱେବସାଇଟ୍ cbse.gov.in ଏବଂ www.cbseresults.nic.inରେ ରେଜଲ୍ଟ ଇପଲବ୍ଧ ହେବ । ଏହାପରେ ସିବିଏସଇ ଦ୍ବାଦଶ ଓ ଦଶମ ରେଜଲ୍ଟ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଲିଙ୍କ ଖୋଲିବା ପରେ ଆବଶ୍ୟକୀୟ ତଥ୍ୟ ଓ ରୋଲ ନମ୍ବର ଦେବାକୁ ପଡ଼ିବ। ଏହାପରେ ପରୀକ୍ଷା ଫଳ ବା ମାର୍କସିଟ୍ ଡାଉନଲୋଡ କରି ଏହାର ପ୍ରିଣ୍ଟଆଉଟ୍ ବାହାର କରିପାରିବେ ।
ସୂଚନା ଯେ, ଏପ୍ରିଲ ୨୬ ତାରିଖରେ ଆରମ୍ଭ ହୋଇଥିବା ସିବିଏସଇ ପରୀକ୍ଷା ଜୁନ୍ ୧୫ରେ ଶେଷ ହୋଇଥିଲା । ଚଳିତ ବର୍ଷ ସମଗ୍ର ଦେଶରୁ ପ୍ରାୟ ୩୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ୨୧ଲକ୍ଷ ୧୬ହଜାର ୨୯୦ ଜଣ ଦଶମ ପରୀକ୍ଷା ଓ ୧୪ଲକ୍ଷ ୫୪ହଜାର ୩୭୦ ଜଣ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ଓଡ଼ିଶାରୁ ଦଶମ ଶ୍ରେଣୀରେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବଂ ଦ୍ୱାଦଶରେ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସିବିଏସଇ ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ଅଧିନରେ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗର ବିଦ୍ୟାଳୟ ଗୁଡ଼ିକ ରହିଛି ।