ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ
ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ । ଗୁରୁବାର ଦିନ ସାଢେ ୧୨ଟାରେ ପ୍ରକାଶ ପାଇବ ରେଜଲ୍ଟ । www.cbse.nic.in ୱେବସାଇଟରେ ଉପଲବ୍ଧ ହେବ ପରୀକ୍ଷା ଫଳ ।
ସୂଚନା ଯେ, ଗତ ଏପ୍ରିଲ ୨୬ ତାରିଖରେ ଆରମ୍ଭ ହୋଇଥିବା ସିବିଏସଇ ପରୀକ୍ଷା ଜୁନ୍ ୧୫ରେ ଶେଷ ହୋଇଥିଲା । ସମଗ୍ର ଦେଶରୁ ପ୍ରାୟ ୩୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ଓଡ଼ିଶାରୁ ଦଶମ ଶ୍ରେଣୀରେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବଂ ଦ୍ୱାଦଶରେ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।