ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ
ଭୁବନେଶ୍ୱର : ଜଣାଶୁଣା ଓଡିଆ ସିନେମା ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ପୀଡ଼ିତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି ।
ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ ଅଭିଯୋଗ ଆଣି କହିଛନ୍ତି ଯେ, ସିନେମାରେ ଅଭିନେତ୍ରୀ ହେବାର ସୁଯୋଗ ଦେବାକୁ କହି ଅକ୍ଷୟ ପରିଜା ତାଙ୍କୁ ବର୍ଷେ ଧରି ଶାରୀରିକ ଶୋଷଣ କରିଛନ୍ତି । ତାଙ୍କ ଅଶ୍ଲୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ସେ ଦଳିତ ଜାତିର ଝିଅ । ସେ ନୀଚ ଜାତିର ହୋଇଥିବାରୁ ତାଙ୍କୁ କେଉଁଠି କାମ ମିଳିବ ନାହିଁ ବୋଲି କହୁଥିଲେ । ଏପରିକି ତାଙ୍କର ଅନ୍ୟତ୍ର ବାହାଘର ଠିକ୍ ହୋଇଥିଲେ ବି କାହାକୁ ବାହାହେଲେ ଜୀବନରୁ ମାରି ଦେବି ବୋଲି ଅକ୍ଷୟ ପରିଜା ଧମକ ଦେଇଥିବା ଯୁବତୀ ଅଭିଯୋଗ କରିଛନ୍ତି ।