ବିଜେପିରେ ମିଶିବା ନେଇ ଚର୍ଚ୍ଚା ! ଦିଲ୍ଲୀ ଗସ୍ତରେ କ୍ୟାପଟେନ ଅମରିନ୍ଦର ସିଂହ
ନୂଆଦିଲ୍ଲୀ : ଦିଲ୍ଲୀ ଗସ୍ତରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କ୍ୟାପଟେନଙ୍କ ଏହା ପ୍ରଥମ ଦିଲ୍ଲୀ ଗସ୍ତ। ମଙ୍ଗଳବାର ସନ୍ଧ୍ୟାରେ ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ବି ଭେଟିବେ ଅମରିନ୍ଦର ସିଂହ ।
ସୂଚନା ଯେ, ଅନୁମାନ ଲଗାଯାଉଛି କି, କ୍ୟାପଟେନ ଅମରିନ୍ଦର ସିଂହ ବିଜେପିରେ ସାମିଲ ହୋଇପାରନ୍ତି। ଦିଲ୍ଲୀରେ ପହଞ୍ଚି ଏକ ଉଚ୍ଚସ୍ତରୀୟ ଆଲୋଚନାରେ ସେ ଯୋଗ ଦେବେ। କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ସହ ଦୀର୍ଘ ଦିନ ଧରି ଲାଗିରହିଥିବା ବିବାଦ ଭିତରେ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଚଳିତ ମାସରେ ଇସ୍ତଫା ଦେଇଥିଲେ । ଏହାପରେ କଂଗ୍ରେସ ଚରଣଜିତ ସିଂହ ଚନ୍ନିଙ୍କୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା। ତେବେ କ୍ୟାପଟେନ୍ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଏବେ ସେ କଂଗ୍ରେସ ଦଳ ମଧ୍ୟ ଛାଡିବା ନେଇ ଚର୍ଚ୍ଚା ହେଉଛି।