ଭାଙ୍ଗିଲା ଭାରତର ସ୍ଵପ୍ନ : କେପଟାଉନ ଟେଷ୍ଟ ୭ ଓ୍ବିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା, ୨-୧ରେ ସିରିଜ ବିଜୟୀ
କେପଟାଉନ : କେପଟାଉନର ନ୍ୟୁଲାଣ୍ଡ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି । ଭାରତ ଦ୍ବାରା ରଖାଯାଇଥିବା ୨୧୨ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୩ଟି ଓ୍ବିକେଟ ହରାଇ ହାସଲ କରିନେଇଥିଲା । କୀଗାନ ପିଟରସନ୍ ଓ ରାସି ଭାନ୍ ଡର୍ ଡୁସେସନଙ୍କ ଇନିଂସ୍ ଦମରେ ଦକ୍ଷିଣ ଆଫ୍ରିକା ସହଜରେ ଲକ୍ଷ୍ୟକୁ ହାସଲ କରିନେଇଥିଲା। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ସିରିଜକୁ ୨-୧ରେ ଜିତିନେଇଛି । ଅନ୍ୟପକ୍ଷରେ ଭାରତ ପାଇଁ ଦକ୍ଷିଣ ଆଫ୍ରିକାରେ ସିରିଜ ଜିତିବା ସ୍ବପ୍ନ ଅଧୁରା ରହିଯାଇଛି । ଦକ୍ଷିଣ ଆଫ୍ରିକାକୁ ତା’ ନିଜ ମାଟିରେ ହରାଇବାର ଟିମ୍ ଇଣ୍ଡିଆର ସ୍ୱପ୍ନ ପୁଣିଥରେ ଧୂଳିସାତ୍ ହୋଇଯାଇଛି। ୨୦୧୮ ଭଳି ପୁଣିଥରେ ଟିମ୍ ଇଣ୍ଡିଆର ଖରାପ ବ୍ୟାଟିଂ ଇତିହାସ ରଚିବାର ସୁଯୋଗ ଛଡ଼ାଇ ନେଇଛି।
ଟିମ୍ ଇଣ୍ଡିଆ ଉଭୟ ଇନିଂସରେ ନୈରାଶ୍ୟଜନକ ବ୍ୟାଟିଂ କରିଥିଲା। ଯେଉଁ କାରଣରୁ ଘରୋଇ ଦଳ ଆଗରେ ଭାରତ ୨୧୨ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଦକ୍ଷିଣ ଆଫ୍ରିକା ମାତ୍ର ୩ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କୀଗାନ ପିଟରନସ୍ ସର୍ବାଧିକ ୮୨ ରନ୍ (୧୧୩ ବଲ୍, ୧୦ ଚୌକା) କରି ଆଉଟ୍ ହୋଇଥିବା ବେଳେ ରାସି ଭାନ୍ ଡର୍ ଡୁସେନ୍ ୪୧ ଓ ତେମ୍ବା ବାଭୁମା ୩୨ ରନ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏ ସଫଳତା ପାଇଥିଲେ। ପ୍ରଥମ ଟେଷ୍ଟ ଜିତି ସିରିଜ୍ରେ ଅଗ୍ରଣୀ ହାସଲ କରିଥିବା ଭାରତ ନିଜର ବ୍ୟାଟିଂ ଦୁର୍ବଳତା କାରଣରୁ କ୍ରମାଗତ ଦ୍ଵିତୀୟ ଏବଂ ତୃତୀୟ ଟେଷ୍ଟ ହାରି ଘରୋଇ ଦକ୍ଷିଣ ଆଫ୍ରିକା ନିକଟରୁ ୨-୧ରେ ଟେଷ୍ଟ ସିରିଜ୍ ହାରିଛି। ଏଥିସହ ଭାରତ ନୂତନ ବର୍ଷ ସିରିଜ୍ ପରାଜୟରୁ ଆରମ୍ଭ କରିଛି। କେପଟାଉନରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟର ଦ୍ଵିତୀୟ ଇନିଂସରେ ଭାରତ ଦ୍ଵାରା ଧାର୍ଯ୍ୟ ୨୧୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ମ୍ୟାଚ୍ର ଚତୁର୍ଥ ଦିନରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। କିଗନ ପିଟରସନ(୮୨) ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳ ବିଜୟରେ ପ୍ରମୁଖ ଭୂମିକା ନିଭାଇଛନ୍ତି। ଏଥିସହ ଋଷଭ ପନ୍ତଙ୍କ ଶତକୀୟ ଇନିଂସ ଏବଂ ବୁମରାଙ୍କ ୫ ଓ୍ଵିକେଟ୍ ସଫଳତା ନିଷ୍ଫଳ ହୋଇଛି। ଭାରତ ସେଞ୍ଚୁରିଆନ ଟେଷ୍ଟ ଜିତିଥିବା ବେଳେ ଘରୋଇ ଦଳ ଜୋହାନ୍ସବର୍ଗ ଏବଂ କେପଟାଉନ୍ ଟେଷ୍ଟ ଜିତିବାରେ ସଫଳ ହୋଇଛି।
୨୧୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକାକୁ ଦଳୀୟ ସ୍କୋର ୨୩ ରନରେ ପ୍ରଥମ ଝଟକା ଲାଗିଥିଲା। ଏଡନ ମାକ୍ରମ(୧୬)ଙ୍କୁ ଆଉଟ୍ କରି ମହମ୍ମଦ ଶାମି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଲାଗୁଥିଲା ମ୍ୟାଚ୍ ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ହେବ। କିନ୍ତୁ ଅଧିନାୟକ ଡିନ୍ ଏଲଗର ଏବଂ କିଗନ ପିଟରସନ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଦଳର ସ୍କୋରକୁ ୧୦୧ରେ ପହଞ୍ଚାଇଥିଲେ। ଉଭୟ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୮ ରନ ଯୋଡି ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ଡିନ ଏଲଗର(୩୦) ପାଭିଲିୟନ ଫେରିଥିଲେ। ଅନ୍ୟପଟେ କିଗନ ପିଟରସନ ଦିନିକିଆ ଶୈଳୀରେ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ପିଟରସନ ଏବଂ ରସିଏ ଭାନ ଡର ଡସେନ ଦ୍ଵିତୀୟ ଓ୍ଵିକେଟ୍ରେ ଅର୍ଦ୍ଧଶତକୀୟ ଭାଗିଦାରୀ ଯୋଡିଥିଲେ। ୧୫୫ ଦଳୀୟ ସ୍କୋରରେ କିଗାନ ପିଟରସନ ୮୨ ରନର ଦମଦାର ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଆଶା କରାଯାଉଥିଲା ଭାରତ ମ୍ୟାଚ୍ରେ ସଂଘର୍ଷ କରିବ। କିନ୍ତୁ ଡସେନ ଓ ତେମ୍ବା ବାଭୁାମା ଦଳକୁ ଆଉ କ୍ଷତି ପହଞ୍ଚାଇବାକୁ ଦେଇନଥିଲେ। ଚତୁର୍ଥ ଓ୍ଵିକେଟ୍ରେ ୫୮ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି। ଡସେନ ୪୧ ଓ ତେମ୍ବା ବାଭୁମା ୩୨ ଅପରାଜିତ ରହିଥିଲେ। ଦ୍ଵିତୀୟ ଇନିଂସରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ମହମ୍ମଦ ଶାମି ଓ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ପ୍ରଥମ ଇନିଂସରେ ଭାରତ ବିରାଟ କୋହଲିଙ୍କ ୭୯ ରନ ବଳରେ ୨୨୩ ରନ କରିଥିଲା। ଜବାବରେ କିଗନ ପିଟରସନ(୭୧) ଦମରେ ଦକ୍ଷିଣ ଆଫ୍ରିକା ୨୧୦ ରନ କରି ପାରିଥିଲା। ଭାରତ ପକ୍ଷରୁ ବୁମରା ୫ଓ୍ଵିକେଟ୍ ନେଇଥିଲେ। ତେବେ ଦ୍ଵିତୀୟ ଇନିଂସରେ ଭାରତ ଆହୁରି ଦୟନୀୟ ବ୍ୟାଟିଂ କରିଥିଲା। ଋଷଭ ପନ୍ତ(ଅପରାଜିତ ୧୦୦) ବାଦ୍ ଦେଲେ ଆଉ କୌଣସି ବ୍ୟାଟସମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଦ୍ଵିତୀୟ ଇନିଂସରେ ମାର୍କୋ ଜନସେନ ୪, ରାବଡା ଏବଂ ଏନଗିଡି ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।