କୋଭାକ୍ସିନ ପ୍ରସ୍ତୁତିରେ ବାଛୁରୀ ସେରମ ବ୍ୟବହାର କରାଯାଉ ନାହିଁ
ନୂଆଦିଲ୍ଲୀ : କରୋନା ଟିକା କୋଭାକ୍ସିନ ପ୍ରସ୍ତୁତିରେ କଣ ବାଛୁରୀ ସିରମ (ରକ୍ତ ନମୁନା) ବ୍ୟବହାର ହେଉଛି ? ଏପରି ଏକ ପ୍ରଶ୍ନ ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ହୋଇଛି ? କୋଭାକ୍ସିନ ପ୍ରସ୍ତୁତିରେ କଅଁଳା ବାଛୁରୀର ରକ୍ତ ବ୍ୟବହାର କରାଯାଉଥିବା କଂଗ୍ରେସ ସଦସ୍ୟ ଗୌରବ ପଣ୍ଢି କହିଛନ୍ତି । ସୂଚନା ଅଧିକାର ଆଇନ ବଳରେ ସେ ସରକାରଙ୍କ ଠାରୁ ଏପରି ତଥ୍ୟ ପାଇଥିବା ସେ ଦାବି କରିଛନ୍ତି । କିନ୍ତୁ ସରକାର ତାଙ୍କର ଏହି ଦାବିକୁ ଖାରଜ କରିଦେଇଛନ୍ତି ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସରକାରୀ ତଥ୍ୟର ଭୁଲ ଅର୍ଥ ବାହାର କରି ସେ ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାର ଚଳାଇଛନ୍ତି । ପ୍ରକୃତରେ କୋଭାକ୍ସିନ ଗବେଷଣା ବେଳେ ଭେରୋ ସେଲ ପ୍ରସ୍ତୁତି ପାଇଁ ବାଛୁରୀ ରକ୍ତ ନମୁନା (ସେରମ) ବ୍ୟବହାର କରାଯାଇଥିଲା । କିନ୍ତୁ ଚୂଡ଼ାନ୍ତ ଟିକା ପ୍ରସ୍ତୁତିରେ ଏହାର ବ୍ୟବହାର କରାଯାଉନାହିଁ । ଟିକା ଗବେଷଣା ପାଇଁ ବିଗତ ଅନେକ ବର୍ଷ ହେଲେ ଏହି ପଦ୍ଧତି ବ୍ୟବହାର କରାଯାଉଛି । ପୂର୍ବରୁ ପୋଲିଓ, ଇବଫ୍ଲୁଏନଜା ଓ ଜଳାନ୍ତକ ଟିକା ପାଇଁ ଏପରି ପଦ୍ଧତି ବ୍ୟବହାର କରାଯାଇଥିଲା ।