‘ପିଏମ ଶ୍ରୀ’ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ
ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟର ‘ପିଏମ ଶ୍ରୀ’ ଯୋଜନା ଅନ୍ତର୍ଗତ ଏକ ନୂଆ ପ୍ରୋଜେକ୍ଟରେ ସ୍କୁଲ ଅପଗ୍ରେଡ କରିବାକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏଥିରେ ୧୪, ୫୦୦ ସ୍କୁଲର ବିକାଶ ଓ କାୟାକଳ୍ପ କରାଯିବ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ୨୭ହଜାର ୩୬୦ କୋଟି ଟଙ୍କା ଲଗାଣରେ ୨୦୨୨ରୁ ୨୦୨୭ ପର୍ଯ୍ୟନ୍ତ ୧୪, ୬୦୦ ସ୍କୁଲର ଗୁଣବତ୍ତା ବଢ଼ାଯିବ । ଏହା ଅନ୍ତର୍ଗତ ବ୍ଲକର ୨ଟି ସ୍କୁଲକୁ ଅପଗ୍ରେଡ କରାଯିବ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ସ୍କୁଲ ଚୟନ କରାଯିବ । ସ୍କୁଲର ଗୁଣବତ୍ତାକୁ ଦେଖିବା ପରେ ହିଁ ସ୍କୁଲ ଚୟନ କରାଯିବ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁ ଦିବସରେ ଏନେଇ ଘୋଷଣା କରିଥିଲେ । ଏଥିରେ ସ୍ମାର୍ଟ କ୍ଲାସରୁମ, ଖେଳ ଓ ଅନ୍ୟ ଆଧୁନିକ ଭିତ୍ତିଭୂମି ଉପରେ ଧ୍ୟାନ ଦିଆଯିବ ବୋଲି ମୋଦୀ କହିଥିଲେ ।