ଆଜି ଦିନ ସାଢେ ୧୧ ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର
ଭୁବନେଶ୍ୱର : ଆଜି ମଧ୍ୟ ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଜି ଦିନ ୧୧ଟା ୩୦ ମିନିଟ ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡ଼ା ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏହି ଦୁଇ ସହରରେ ତାପମାତ୍ରା ଥିଲା ୪୨ ଦଶମିକ ୬ ଡିଗ୍ରୀ ସେଲସିୟସ। ରାଜଧାନୀ ଭୁବନେଶ୍ୱରରେ ୩୯.୮ ଡିଗ୍ରୀ ତାପମାତ୍ରା ସହ ୪୬ ପ୍ରତିଶତ ଆଦ୍ରତା ରେକର୍ଡ ହୋଇଛି।
ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁସାରେ ସମ୍ବଲପୁରରେ ୪୨.୬ ଡିଗ୍ରୀ, ଝାରସୁଗୁଡାରେ ୪୨.୬ ଡିଗ୍ରୀ, ହୀରାକୁଦରେ ୪୧.୮ ଡିଗ୍ରୀ, ଭୁବନେଶ୍ୱରରେ ୩୯.୮ ଡିଗ୍ରୀ, କେନ୍ଦୁଝରରେ ୩୯ ଡିଗ୍ରୀ, ଚାନ୍ଦବାଲିରେ ୩୭.୬ ଡିଗ୍ରୀ, ବାଲେଶ୍ୱରରେ ୩୫ ଡିଗ୍ରୀ, ପୁରୀରେ ୩୪.୪ ଡିଗ୍ରୀ, ପାରାଦୀପରେ ୩୩.୮ ଡିଗ୍ରୀ, ଗୋପାଳପୁରରେ ୩୩ ଡିଗ୍ରୀ ରହିଛି ।