ତେଲ ଟ୍ୟାଙ୍କରକୁ ଧକ୍କା ଦେଲା ବସ୍, ୧୦ ଯାତ୍ରୀ ଆହତ
ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ହଜାରୀ ଛକ ନିକଟରେ ସଡକ ଦୁର୍ଘଟଣା । ତେଲ ଟ୍ୟାଙ୍କରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଯେ, ଗୁରୁବାର ସକାଳେ ବସ୍ଟି ଯାତ୍ରୀମାନଙ୍କୁ ନେଇ ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା। ହଜାରୀ ଛକ ନିକଟରେ ତେଲ ଟ୍ୟାଙ୍କରକୁ ବସ୍ଟି ଧକ୍କା ଦେଇଥିଲା। ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।